ବିଶ୍ୱଗୁରୁ ଭାରତ ଶୀର୍ଷକରେ ପ୍ରବନ୍ଧ ଲେଖିଲେ ଛାତ୍ରଛାତ୍ରୀ: ପ୍ରତିଯୋଗୀତାରେ ଭାଗ ନେଲେ ୩୦ ଜିଲ୍ଲା ଓ ୫ ମହାନଗର ଜୋନର ପ୍ରଥମ ୩ ପ୍ରତିଯୋଗୀ

110

କନକ ବ୍ୟୁରୋ: ଓଡି଼ଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପରାମର୍ଶ ଏବଂ ରାଜ୍ୟ ସରକାରଙ୍କ ସହଯୋଗିତାରେ ସମ୍ବାଦ ଗ୍ରୁପ ପକ୍ଷରୁ ଆୟୋଜନ ହୋଇଛି ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା । ଏହା ପୂର୍ବରୁ ..

– ଗତ ସେପ୍ଟେମ୍ବର ୧୧ ତାରିଖରେ ହୋଇଥିଲା ଜିଲ୍ଲାସ୍ତରୀୟ ପ୍ରତିଯୋଗିତା
– ୩୦ ଜିଲ୍ଲା ଓ ୫ଟି ମହାନଗରରେ କରାଯାଇଥିଲା ପ୍ରବନ୍ଧ ପ୍ରତିଯୋଗିତା
– ଓଡ଼ିଆ ଏବଂ ଇଂରାଜୀରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟଙ୍କୁ ଚୟନ କରାଗଲା
– ଏମାନଙ୍କୁ ନେଇ ଆୟୋଜନ ହେଲା ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା

ଭୁବନେଶ୍ୱର ଶିରିପୁରସ୍ଥିତ ଓୟୁଏଟି ପରିସରରେ ଥିବା କଲେଜ ଅଫ ଏଗ୍ରିକଲଚରର ଦୃଶ୍ୟ । ଜିଲ୍ଲା ଓ ମହାନଗର ସ୍ତରର କୃତୀ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ କରିଥିଲେ ପଞ୍ଜିକରଣ । ପରୀକ୍ଷା କେନ୍ଦ୍ରରେ ବସିବା ପରେ ରାଜଭବନ ପକ୍ଷରୁ ଆସିଥିଲା ରାଜ୍ୟପାଳଙ୍କ ଦ୍ୱାରା ଲିଖିତ ବିଷୟ ବସ୍ତୁ । ‘ବିଶ୍ୱଗୁରୁ ଭାରତ’ ବିଷୟବସ୍ତୁ ଉପରେ ପ୍ରବନ୍ଧ ଲେଖିବାକୁ କୁହାଯାଇଥିଲା । ପରୀକ୍ଷା କେନ୍ଦ୍ରରେ ପହଂଚିଥିଲେ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । ଭଲ ପ୍ରବନ୍ଧ ଲେଖିବାକୁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

ପିଲାମାନେ ପ୍ରବନ୍ଧ ଲେଖିସାରିବା ପରେ ବରିଷ୍ଠ ୬ଜଣ ବିଚାରକ ମଣ୍ଡଳୀଙ୍କୁ ନେଇ ମୂଲ୍ୟାଙ୍କନ କରାଯାଇଛି । ଓଡ଼ିଆ ପ୍ରବନ୍ଧ ପାଇଁ ୩ ଜଣ ବିଚାରକ ଖାତା ମୂଲ୍ୟାଙ୍କନ କରିଥିବା ବେଳେ ଇଂରାଜୀ ପ୍ରବନ୍ଧ ପାଇଁ ୩ ଜଣ ବିଚାରକ ମୂଲ୍ୟାଙ୍କନ କରିିଛନ୍ତି । ପିଲାଙ୍କୁ ପୁରସ୍କାର… ଏପଟେ ମୂଲ୍ୟାୟନ ଚାଲିଥିବାବେଳେ, ସେପଟେ ରାଜଭବନ ଯାଇଥିଲେ ସମସ୍ତ ଅଂଶଗ୍ରହଣକାରୀ ପ୍ରତିଯୋଗୀ । ଜିଲ୍ଲା ଓ ମହାନଗରସ୍ତର ପ୍ରବନ୍ଧ ପ୍ରତିଯୋଗିତାରେ କୃତୀତ୍ୱ ପାଇଁ ସେମାନଙ୍କୁ ପୁରସ୍କୃତ କରାଯାଇଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ୩ ହଜାର, ୨ ହଜାର ଓ ୧ ହଜାର ଟଙ୍କାର ଅର୍ଥ ପୁରସ୍କାର ଦିଆଯାଇଛି ।

ସଂଧ୍ୟାରେ ରାଜଭବନରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର ସମ୍ବର୍ଦ୍ଧନା ଉତ୍ସବ । ଏଥିରେ ମୁଖ୍ୟ ଅତିଥୀ ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିବାବେଳେ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଶାସ୍ୱତ ମିଶ୍ର ଏବଂ ଆମ ଓଡିଶାର ସମ୍ପାଦକ ସ୍ୱରାଜ ମିଶ୍ର ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇଥିଲେ ।

ପୁରସ୍କାର ବିତରଣ… ସ୍ୱାଧୀନତାର ଅମୃତ ମହୋତ୍ସବ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ।

ପ୍ରବନ୍ଧ ପ୍ରତିଯୋଗିତା(ଇଂରାଜୀ)
ପ୍ରଥମ- ଭୁବନେଶ୍ୱର ୟୁନିଟ-୪ ଭେଙ୍କଟେଶ୍ୱର ଇଂଲିସ ମିଡିୟମ ସ୍କୁଲର ଶାଶ୍ୱତୀ ନାୟକ
ପୁରସ୍କାର- ୫୦ ହଜାର ଟଙ୍କାର ଅର୍ଥରାଶି
ଦ୍ୱିତୀୟ- ତାଳଚେର ଡିଏଭ ପବ୍ଲିକ ସ୍କୁଲର ସୃଷ୍ଟି ସ୍ମରଣୀକା ବିଶି
ପୁରସ୍କାର- ୩୦ ହଜାର ଟଙ୍କାର ଅର୍ଥରାଶି
ତୃତୀୟ- ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟର ସାଂଚି ଅଗ୍ରୱାଲ
ପୁରସ୍କାର- ୨୦ ହଜାର ଟଙ୍କାର ଅର୍ଥରାଶି
ପ୍ରବନ୍ଧ ପ୍ରତିଯୋଗିତା (ଓଡି଼ଆ)
ପ୍ରଥମ- ବାଲେଶ୍ୱର ଭଗବାନଚନ୍ଦ୍ର ଉଚ୍ଚ ବିଦ୍ୟାଳୟର କୁମାରୀ ସାଇପ୍ରିୟା ଗିରି
ପୁରସ୍କାର- ୫୦ ହଜାର ଟଙ୍କାର ଅର୍ଥରାଶି
ଦ୍ୱିତୀୟ- ଯାଜପୁର ଓଡି଼ଶା ଆଦର୍ଶ ବିଦ୍ୟାଳୟର ସ୍ୱପ୍ନଜିତ ନାୟକ
ପୁରସ୍କାର- ୩୦ ହଜାର ଟଙ୍କାର ଅର୍ଥରାଶି
ତୃତୀୟ- ଖୋର୍ଦ୍ଧା ଶକୁନ୍ତଳା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ୱାଗତିକା ଚୌଧୁରୀ
ପୁରସ୍କାର- ୨୦ ହଜାର ଟଙ୍କାର ଅର୍ଥରାଶି