କନକ ବ୍ୟୁରୋ: ବଡ଼ ବଡ଼ ଶିକ୍ଷାନୁଷ୍ଠାନ, ହେଲେ ପାଠପଢ଼ା ହେଉନାହିଁ । ଶୈକ୍ଷିକ ବାତାବରଣ ନାହିଁ । ଏସବୁ ଅଭିଯୋଗ ବଢ଼ିଚାଲିଥିବା ବେଳେ ଅନଲାଇନରେ ଛାତ୍ରଛାତ୍ରୀଙ୍କ ଫିଡ୍ ବ୍ୟାକ୍ ନେଇଛି ଉଚ୍ଚଶିକ୍ଷା ବିଭାଗ । ଫିଡ୍ ବ୍ୟାକରେ ଯେଉଁସବୁ ତଥ୍ୟ ସାମନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯେଉଁ ତଥ୍ୟ ଉଚ୍ଚଶିକ୍ଷା ବିଭାଗ ଦେଇଛି, ସେଥିରୁ ଦୁଇଟି କଥା ସ୍ପଷ୍ଟ ହୋଇଛି । ଅଧ୍ୟାପକମାନେ ୭ ଘଂଟା ଶିକ୍ଷାନୁଷ୍ଠାନରେ ରହୁନାହାନ୍ତି । ଏପରିକି କିଛି ଅଧ୍ୟାପକ ମଦ ଖାଇ ଆସୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।
ନଜର ପକାନ୍ତୁ ମିଳିଥିବା ତଥ୍ୟ ଉପରେ –
ସମ୍ବଲପୁର ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଉକ୍ରଳ ବିଶ୍ୱବିଦ୍ୟାଳୟରେ କିଛି ଅଧ୍ୟାପକ ମଦ ଖାଇ ପାଠ ପଢ଼ାଇବାକୁ ଆସୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏପରିକି ସମ୍ବଲପୁର ବିଶ୍ୱବିଦ୍ୟାଳୟର ୪ ଜଣଙ୍କ ନାଁ ରେ ବି ଅଭିଯୋଗ ଆସିଛି । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ୨ ଜଣ ଅଧ୍ୟାପକଙ୍କ ନାଁ ବି ନେଇଛନ୍ତି ଛାତ୍ରଛାତ୍ରୀ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ସମସ୍ତେ ମଦ ଖାଇ ଆସନ୍ତି ବୋଲି କହିଛନ୍ତି ।
ଶିକ୍ଷାନୁଷ୍ଠାନ ମଦ ଖାଆନ୍ତି ଅଧ୍ୟାପକ? କେଉଁମାନେ ମଦ ଖାଉଛନ୍ତି?
ସମ୍ବଲପୁର ବିଶ୍ୱବିଦ୍ୟାଳୟ ହଁ ଶ୍ରବଣ ବାଗ, ଡ. ଦେବାଶିଷ ମହାପାତ୍ର ଡ. ଯୁଧିଷ୍ଠିର ମିଶ୍ର, ପ୍ର. ଯୁବରାଜ ଖମାରି
କଳାହାଣ୍ଡି ବିଶ୍ୱବିଦ୍ୟାଳୟ ହଁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ହଁ ତାପସ କୁମାର ଦାସ, କମଲଜିତ୍ ସିଂହ
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ହଁ ସମସ୍ତେ
ଉକ୍ରଳ ବିଶ୍ୱବିଦ୍ୟାଳୟ ହଁ ---
ବିଜେବି କଲେଜ ହେଉ କି ଭଦ୍ରକ କି ଅନୁଗୁଳ ସରକାରୀ କଲେଜ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ହେଉ କି ଉକ୍ରଳ ବିଶ୍ୱବିଦ୍ୟାଳୟ, ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନରେ ୭ ଘଂଟିଆ ଡିଉଟି କରୁନାହାନ୍ତି ଅଧ୍ୟାପକ । ଏହି ପ୍ରଶ୍ନର ଉତ୍ତରରେ ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ନା’ ବୋଲି କହିଥିବା ଜଣାପଡିଛି । କିଛି ଅଧ୍ୟାପକଙ୍କ ନାଁ ମଧ୍ୟ ନେଇଛନ୍ତି ଛାତ୍ରଛାତ୍ରୀ । ଏହା ଦର୍ଶାଉଛି କିପରି ପାଠପଢ଼ା ହେଉଛି ସରକାରୀ ଶିକ୍ଷାନୁଷ୍ଠାନରେ ।
ଏହି ଚିନ୍ତାଜନକ ତଥ୍ୟ ସମସ୍ତଙ୍କୁ ଚକିତ କରିଛି । ଏପଟେ ତରବରିଆ ଭାବେ ପିଲାଙ୍କ ଫିଡବ୍ୟାକକୁ ନେଇ କାହିଁକି ଉଚ୍ଚଶିକ୍ଷା ବିଭାଗ ଏହାକୁ ପବ୍ଲିକ ଡେମେନରେ ପ୍ରକାଶ କରିଛି, ତା’ର ଉଦ୍ଦେଶ୍ୟ ଜଣାପଡୁନି । ଛାତ୍ରଛାତ୍ରମାନେ ଦେଇଥିବା ଫିଡବ୍ୟାକକୁ ବିନା ଯାଂଚରେ କିପରି ପ୍ରକାଶ କରାଯାଇଥିବା କିଛି ତଥ୍ୟରୁ ଜଣାପଡିଛି । କେଉଁ ଅଧ୍ୟାପକ ୭ ଘଂଟିଆ ଡ୍ୟୁଟି କରୁନାହାନ୍ତି ପ୍ରଶ୍ନର ଉତରରେ ନିଶା ମହାରଣା ବୋଲି ଲେଖିଛନ୍ତି ଅନୁଗୁଳ ସରକାରୀ କଲେଜର ଛାତ୍ରଛାତ୍ରୀ । ସେହିପରି ମଦ ଖାଇ ଆସୁଥିବା ଅଧ୍ୟାପକଙ୍କ କଲମରେ ରାଣୀ ପଣ୍ଡା ଲେଖାଯାଇଛି । ଏଭଳି ଉତରକୁ କିପରି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏପଟେ ପିଲାଙ୍କ ଫିଡବ୍ୟାକ୍ କୁ କଲେଜ ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛି ଉଚ୍ଚଶିକ୍ଷା ବିଭାଗ । ଏ ନେଇ ୧୦ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି ।
Follow Us