କନକ ବ୍ୟୁରୋ: ଛାତ୍ରୀଙ୍କ ଚିଠି, ଶୁଣିଲେ ମୁଖ୍ୟମନ୍ତ୍ରୀ । ଏବେ ପାଠପଢ଼ା ପାଇଁ ମାଆ ଦେବେ ଟଙ୍କା । ୫ ବର୍ଷ ହେବ ଫେସବୁକରେ ଅନ୍ୟ ପୁରୁଷ ସହ ସମ୍ପର୍କ ରଖି ସ୍ୱାମୀ, ଝିଅକୁ ପଚାରୁ ନଥିଲେ ତେଲକୋଇ ବ୍ଲକର ବିଜ୍ଞାନ ଶିକ୍ଷୟିତ୍ରୀ । କେନ୍ଦୁଝର ଜିଲ୍ଲାର ୬ଷଷ୍ଠ ଶ୍ରେଣୀ ଛାତ୍ରୀ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତିି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷୟିତ୍ରୀଙ୍କୁ ଡ଼ାକି ଘଟଣା ନେଇ ପଚାରି ବୁଝିଥିଲେ । ପରେ ଶିକ୍ଷୟିତ୍ରୀ ଜଣଙ୍କ ଝିଅର ପାଠପଢ଼ା ବାବଦକୁ ମାସକୁ ୬ ହଜାର ଟଙ୍କା ଦେବାକୁ ରାଜି ହୋଇଛନ୍ତି ।
ମାଆ ପଚାରୁନଥିବା ବେଳେ ବାପାଙ୍କ ସ୍ୱଳ୍ପ ରୋଜଗାରରେ ପରିବାର ଚଳିବା କଷ୍ଟକର ହୋଇପଡ଼ିଥିଲା । ମାଙ୍କ ଦରମା ଟଙ୍କାରୁ ପଢ଼ାଖର୍ଚ୍ଚ ବହନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଥିଲେ ଝିଅ ।
Follow Us