କନକ ବ୍ୟୁରୋ: ଗଛ ବଞ୍ଚିଲେ ଆମେ ବଞ୍ଚିବା । ଆଜିର ଦିନରେ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ଭାଇ ସାରା ଜୀବନ ଭଉଣୀକୁ ଦେଇଥାଏ ସୁରକ୍ଷା। ଏହି ପବିତ୍ର ବନ୍ଧନକୁ ସମସ୍ତେ ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରିଥାନ୍ତି। ହେଲେ ଉଦଳା ଠାରେ ଦେଖିବାକୁ ମିଳିଛି ନିଆରା ରାକ୍ଷୀପୂର୍ଣ୍ଣିମା।

Advertisment

ମୟୂରଭଞ୍ଜ ଜିଲ୍ଲା ଉଦଳା ଶ୍ମଶାନ କାଳୀ ଜଙ୍ଗଲରେ ଗଛକୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଛି। କିଛି ସ୍ଥାନୀୟ ବ୍ୟକ୍ତିଙ୍କ ସମେତ କଲେଜ ଛାତ୍ରୀ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନେ ଏହି ନିଆରା ଉତ୍ସବରେ ସାମିଲ ହୋଇଛନ୍ତି।

ଯେମିତି ଭାଇ ମୁଣ୍ଡରେ ଅରୁଆ ଚାଉଳ ପକାଇ ଏବଂ ଚନ୍ଦନ ଲଗାଇ ପୂଜା କରାଯାଏ, ଠିକ୍‌ ସେହିଭଳି ଗଛକୁ ପୂଜାର୍ଚ୍ଚନା କରୁଛନ୍ତି ଛାତ୍ରୀ। ଭାଈ ଯେମିତି ଜୀବନ ତମାମ ଭଉଣୀକୁ ସୁରକ୍ଷା ଦେଇଥାଏ, ସେହିଭଳି ଗଛ ମଧ୍ୟ ଆମକୁ ସୁରକ୍ଷା ଦେଇଥାଏ। ଗଛ ଜୀବନ ତମାମ ଅମ୍ଳଜାନ ପ୍ରଦାନ କରି ଆମକୁ ବଞ୍ଚାଇ ରଖେ। ତେଣୁ ଭାଇ ଆଉ ଗଛ ସମାନ। ଗଛ ବଞ୍ଚିଲେ ଆମେ ବଞ୍ଚିବା।

ଆଜିର ସମାଜରେ ସମସ୍ତେ ଗଛକୁ ନିଜର ଭାବି ତାକୁ ବଞ୍ଚାଇ ରଖିବାକୁ ଶପଥ ନେବା ଜରୁରୀ। ଗଛ ଲଗାନ୍ତୁ, ଗଛ କାଟନ୍ତୁ ନାହିଁ । ଏହି ବାର୍ତ୍ତା ନେଇ ଆଜି ଏହି ନିଆରା ରାକ୍ଷୀ ପାଳନ କରାଯାଇଛି।