କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାରେ ଫେଲ ହେବାରୁ ଜୀବନ ହାରିଲେ ଛାତ୍ରୀ । ଜଗତସିଂହପୁର ଜିଲ୍ଲା ଏରସମାର ଜଣେ ଛାତ୍ରୀ ଫେଲ ହେବାରୁ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଦଶମ ପରୀକ୍ଷାରେ ଫେଲ ହୋଇଥିବାରୁ ଜାନକାଦେଇପୁର ପଂଚାୟତର ଦୁର୍ଗାପୁର ଗାଁର ଲିଜାରାଣୀ ସ୍ୱାଇଁ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ବାଲିକୁଦା ଓ ପରେ ଜଗତସିଂହପୁର ମେଡିକାଲକୁ ଅଣାଯାଇଥିଲା । ଜଗତସିଂହପୁର ମେଡିକାଲରେ ଛାତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ବାତାବରଣ ସୃଷ୍ଟି କରିଛି ।
ସେପଟେ ଦଶମ ପରୀକ୍ଷାରେ ଫେଲ ହେବାରୁ ଦଉଡି ଦେଇ ଆତ୍ମହତ୍ୟା କଲେ ଛାତ୍ରୀ । କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଂଚଳରେ ଘଟିଛି ଏହି ଦୁଃଖଦ ଘଟଣା । ରେଙ୍ଗାଲି ସ୍ଥିତ ନିଜ ଘରେ ଦଉଡି ଦେଇ ଛାତ୍ରୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଛାତ୍ରୀ ଦ୍ୱିତୀୟ ଥର ମାଟ୍ରିକ ପରୀକ୍ଷାରେ ଫେଲ ହେବା କାରଣରୁ ଆତ୍ମହତ୍ୟା କରିଥିବା କହିଛନ୍ତି ପରିବାର ଲୋକେ । କେସିଙ୍ଗା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କି ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/12_03_2018-murder-deadbody.jpg)