ଭୁବନେଶ୍ୱର: ଡ୍ରେନ ପାଣିରେ ଭାସି ଛାତ୍ର ନିଖୋଜ ଘଟଣା, ଧାରଣାରେ ବସିଲା ଛାତ୍ର କଂଗ୍ରେସ

161

କନକ ବ୍ୟୁରୋ : ପ୍ରବଳ ବର୍ଷାରେ ପାଣି ସୁଅରେ ଛାତ୍ର ଭାସିଯିବା ଘଟଣାରେ ଉତ୍ତେଜନା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବିଏମସିର କାମରେ ଅସନ୍ତୋଷ ଜାହିର କରି ଛାତ୍ର କଂଗ୍ରେସ ଧାରଣାରେ ବସିଛି । ତେବେ ଛାତ୍ର କଂଗ୍ରେସ ସହ ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ଧାରଣାରେ ବସିଛନ୍ତି ।

ନିଖୋଜ ଛାତ୍ରଙ୍କୁ ତୁରନ୍ତ ଖୋଜିବାକୁ ଦାବି କରିଛନ୍ତି ଛାତ୍ର କଂଗ୍ରେସ । ସେହିପରି ସୁର ରାଉତରାୟ ମଧ୍ୟ ଏନେଇ ସରକାରଙ୍କୁ ଦୋଷ ଦେଇଛନ୍ତି ।

ଆଜି ଭୁବନେଶ୍ୱରରେ ପାଣି ସୁଅରେ ଭାସିଯାଇ ଜଣେ ଛାତ୍ର ନିଖୋଜ ହୋଇଛି । ଛାତ୍ର ଜଣକ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀର । ପ୍ରବଳ ବର୍ଷା ପରେ ପାଣି ସୁଅରେ ପଡିଯିବାରୁ ଭାସିଯାଇଥିଲେ ଛାତ୍ର । ଖୋଜାଖୋଜି ଚାଲିଥିଲେ ବି ଏଯାଏଁ ଛାତ୍ରଙ୍କୁ ଠାବ କରାଯାଇପାରିନି । ଛାତ୍ରଙ୍କୁ ଠାବ କରିବାକୁ ପୋଲିସ ଓ ଅଗ୍ନିଶମବାହିନୀ ପ୍ରୟାସ ଜାରି ରଖିଛନ୍ତି ।