କନକ ବ୍ୟୁରୋ: ନିଆଁ ପୋଡ଼ିଦେଲା ଶରୀର... ମନବଳ କିନ୍ତୁ ଏବେ ବି ଖୁବ୍ ଦୃଢ଼ । ମୃତ୍ୟୁକୁ ମାତ୍ ଦେଇ ଶରୀରର ଅକ୍ଷମତା ସତ୍ତେ୍ୱ ହ ।ରି ନାହାନ୍ତି ଶ୍ରାବଣୀ ଦାସ । ଆତ୍ମନିର୍ଭରଶୀଳ ହୋଇ ବାପା, ମା’ଙ୍କ କଥା ବୁଝୁଛନ୍ତି । ଏବେ ତାଙ୍କ ନିଷ୍ଠା ପାଇଁ ମୁମ୍ବାଇର ଏକ ଘରୋଇ ସଂସ୍ଥା ତାଙ୍କୁ ସମ୍ମାନୀତ କରିବେ । ବିମାନରେ ଯିବେ ଶ୍ରାବଣୀ ।

Advertisment

ଶ୍ରାବଣୀ କୁହନ୍ତି, ଯେଉଁ ସ୍ୱପ୍ନ ସେ ଦେଖିଥିଲେ ତା ଠାରୁ ଅଧିକ ସ୍ୱପ୍ନ ଭଗବାନ ତାଙ୍କ ପାଇଁ ଦେଖିଛନ୍ତି । ସେଥିପାଇଁ ସେ ବହୁତ୍ ଖୁସି । ଖାଲି ଏତିକି ନୁହଁ ଶ୍ରାବଣୀ ଭଲ କବିତା ଲେଖି ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ଆଜିକୁ ୩୦ ବର୍ଷ ପୂର୍ବ ରୁ ୧୦ମ ଶ୍ରେଣୀରେ ପଢୁଥିଲେ ଶ୍ରାବଣୀ । ପାଠ ପଢି ଜଣେ ଶିକ୍ଷୟତ୍ରୀ ହେବାର ଲକ୍ଷ୍ୟ ବି ଥିଲା । କିନ୍ତୁ ସବୁ ସ୍ୱପ୍ନ ପୋଡ଼ିଦେଲା ଡିବିରି ଆଲୁଅ । ସେ ପାଠ ପଢୁଥିବା ବେଳେ ଅଜାଣତରେ ନିଆଁ ଲାଗି ଯାଇଥିଲା । ଯେଉଁଥିରେ ପ୍ରାୟତଃ ୯୦ ପ୍ରତିଶତ ପୋଡ଼ିଯାଇଥିଲେ ଶ୍ରାବଣୀ । ବହୁତ୍ ସଂଘର୍ଷ ଓ ଖର୍ଚ୍ଚ ପରେ ଜୀବନ ଫେରି ପାଇଲେ । ଜୀବନ ବଞ୍ଚିଗଲା ସିନା ଭାଙ୍ଗି ପଡିଥିିଲେ ଶ୍ରାବଣୀ । ସେ ବର୍ଷ ଆଉ ମ୍ୟାଟ୍ରିକ ପରୀକ୍ଷା ଦେଇପାରି ନଥିଲେ । ଶରୀରର ୯୦ ଭାଗ ପୋଡି ଯାଇଥିବାରୁ ଆତ୍ମବିଶ୍ୱାସ ଆଉ ଫେରୁନଥିଲା । ତଥାପି ହରିଯାଇନହନ୍ତି ଶ୍ରାବଣୀ । ମନ କୁ ଦୃଢ଼ କରି ପୁଣି ପାଠ ପଢା ଆରମ୍ଭ କରିଥିଲେ ।

ମାଟ୍ରିକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହେଲେ । ଉଚ୍ଚଶିକ୍ଷିତ ହେବାର ଲକ୍ଷ୍ୟ ରେ ପାଠ ପଢି ଚାଲିଲେ । ଇକୋନୋମିକସରେ ଗ୍ରାଜୁଏସନ କରିଥିଲେ । ମା’ ତାଙ୍କର ବୋନ ଟିବି ରୋଗରେ ଆକ୍ରାନ୍ତ ହୋଇ ଅଚଳ ହୋଇପଡିବାରୁ ଆଉ ଚାକିରି କରିବାକୁ ଇଚ୍ଛା କଲେ ନାହିଁ । ଏବେ ଶ୍ରାବଣୀ ଏକ ସଉଦା ଦୋକାନ ଚଳାଇ ଘର ଖର୍ଚ୍ଚ ତୁଲାଉଛନ୍ତି । ମୁଁହ, ବେକ ରେ ପୋଡା ଅଂଶ ଓ ଗୋଟେ ହାତ ଚମଡା ଲାଖି ହୋଇ ଥିବାରୁ ବାମ ହାତ ଟି ସିଧା ହୁଏନାହିଁ । ଶାରୀରିକ ଅକ୍ଷମତା ଶ୍ରାବଣୀ ସତ୍ତେ୍ୱ ସବୁ କାମ କରୁଛନ୍ତି ଶ୍ରାବଣୀ ।