କନକ ବ୍ୟୁରୋ : ବଲିଉଡର ବାଦଶାହ୍ ଅମିତାଭ ବଚ୍ଚନ । ଶତାବ୍ଦିର ଏହି ମହାନାୟକଙ୍କ ସଫଳତାକୁ ତ ସମସ୍ତେ ଜାଣନ୍ତି ହେଲେ ଏହି ସଫଳତା ପଛରେ ଥିବା ଅଦେଖା ସଂଘର୍ଷ କାହାଣକୁ କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ।

Advertisment

ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ହିଁ ଆରମ୍ଭ ହୋଇଯାଇଥିଲା ଅଭିତାଭଙ୍କ ସଂଘର୍ଷ ।ଆଉ ଯେତେବେଳେ ଫିଲ୍ମ ଲାଇନରେ ପାଦ ରଖିଲେ ତାଙ୍କୁ କେବଳ ଫ୍ଲପ୍ ଫିଲ୍ମକୁ ସାମନା କରିବାକୁ ପଡିଥିଲା । ଫିଲ୍ମରେ ବାରମ୍ବାର ବିଫଳତା ମିଳିବା ପରେ କିଛି ବ୍ୟକ୍ତି ତାଙ୍କୁ ମ୍ୁମ୍ବାଇ ଛାଡି ଘରକୁ ପଳାଇବାକୁ କହିଥିଲେ  ।ହେଲେ ହାର ମାନିନଥିଲେ ଅମିତାଭ । ଆଉ ଦୃଢ ଆତ୍ମବିଶ୍ୱାସର ସହ ସଂଘର୍ଷକୁ ଜାରି ରଖିଥିଲେ, ଯାହା  ତାଙ୍କୁ ଶତାବ୍ଦିର ମହାନାୟକ କରିଛି ।

 ଉତ୍ତରପ୍ରଦେଶର ଆହ୍ଲାବାଦ ସହରରେ ୧୯୪୨ ମସିହା, ଆକ୍ଟୋବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ଅମିତାଭ । ଜନ୍ମରୁ ବାପା, ମା’ ତାଙ୍କ ନାଁ ରଖିଥିଲେ ଇନକଲାବ୍ । କାରଣ ସେତେବେଳେ ଦେଶରେ ସ୍ୱାଧିନତା ସଂଗ୍ରାମ ଯୋର ଧରିଥିବାବେଳେ ଇନକଲାବର ନାରା ଲାଗିଥିଲା । କିନ୍ତୁ ଆଗକୁ ଯାଇ ବାପା ହରିବଂଶ ବଚ୍ଚନଙ୍କ ଘନିଷ୍ଠ ବନ୍ଧୁ ସୁମିତ୍ରା ନନ୍ଦନ ପନ୍ତଙ୍କ କହିବାରେ ତାଙ୍କ ନାଁ ରଖାଯାଇଥିଲା ଅମିତାଭ, ଯାହାର ଅର୍ଥ ଏପରି ଏକ ଆଲୋକର ଝଟା ଯାହାର କେବେ ଅନ୍ତ ହୁଏନାହିଁ । ଆହ୍ଲାବାଦର ସେଣ୍ଟ ମ୍ୟାରୀ ସ୍କୁଲରୁ ପାଠପଢା ସରିବା ପରେ ନୈନିତାଲର ପ୍ରତିଷ୍ଠିତ ମହାବିଦ୍ୟାଳୟ ସେରଉଡ କଲେଜରେ ନାଁ ଲେଖାଇଲେ । ଏଠାରେ ସେ ପାଠପଢା ସହ ନାଟକରେ ମଧ୍ୟ ଭାଗ ନେଉଥିଲେ । ଏଠାରୁ ପଢା ଶେଷ ପରେ ସେ ଦିଲ୍ଲୀର କରୋଡିମଲ କଲେଜ ଆସିଲେ, ଯେଉଁଠାରୁ ସେ ଗ୍ରାଜୁଏସନ୍ ଶେଷ କଲେ । ଡିଗ୍ରୀ ପରେ ସେ ଦିଲ୍ଲୀରେ ଚାକିରି ଖୋଜିଲେ । ହେଲେ ସବୁଠାରୁ ତାଙ୍କୁ ବିଫଳ ହେବାକୁ ପଡିଲା । ଏହି ସମୟରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଅଲ ଇଣ୍ଡିଆ ରେଡିଓରେ ଭଏସ୍ ନ୍ୟାରେସନ୍ ଭାବେ ଆବେଦନ କରିବାକୁ କହିଲେ । ଏଠାରେ ତାଙ୍କୁ ଅପମାନିତ ହେବାକୁ ପଡିଥିଲା । ତାଙ୍କୁ ସ୍ୱରକୁ ମୋଟା କର୍କଶ ବୋଲି ତାଙ୍କୁ ରିଜେକ୍ଟ କରିଦିଆଗଲା ।

ଦିଲ୍ଲୀରେ ସବୁ ଦିଗରୁ ନିରାଶ ହେବା ପରେ ସାଙ୍ଗ ମାନଙ୍କ ସହ କୋଲକାତା ଚାଲିଗଲେ ଅମିତାଭ । ଏଠାରେ ସେ ୫ ବର୍ଷ ବିତାଇଲେ । ଏହି ସମୟ ମଧ୍ୟରେ ଅମିତାଭ ଏକାଧିକ ଘରୋଇ କମ୍ପାନୀରେ ଖୁବ୍ କମ୍ ପଇସାରେ ଚାକିରି କଲେ ।  ହେଲେ ତାଙ୍କ ମନରେ ଶାନ୍ତି ନଥିଲା । ତାଙ୍କ ଜୀବନ ଅଭିନୟ ପାଇଁ ଅନୁଭବ କରୁଥିଲେ । ସେଥିପାଇଁ ପୁଣି ୧୯୬୮ରେ ମାୟାନଗରୀ ମୁମ୍ବାଇ ଚାଲିଆସିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯଉଁ କଣ୍ଠକୁ ରିଜେକ୍ଟ କରିଦିଆଯାଥିଲା, ସେହି କଣ୍ଠ ହିଁ ଫିଲ୍ମରେ ବଲିଉଡରେ ପ୍ରବେଶ ପାଇଁ ତାଙ୍କ ସାହାଯ୍ୟ କରିଥିଲା । ଫିଲ୍ମ ‘ଭୁବନ ସୋମ’ ପାଇଁ  ସେ କଣ୍ଠଦାନ କରିଥିଲେ । ଏହାପରେ ୧୯୬୯ରେ ସାତ୍ ହିନ୍ଦୁସ୍ତାନୀରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା । ହେଲେ ଦୁର୍ଭାଗ୍ୟକୁ ଏହି ଫିଲ୍ମ ବକ୍ସ ଅଫିସରେ ଜମିପାରିଲାନି । ନିଜକୁ ଚେଷ୍ଟାକୁ ଜାରିରଖିବା କ୍ରମରେ ୧୯୭୦ରେ ତାଙ୍କୁ ବମ୍ବେ ଟକି ଓ ୧୯୭୧ରେ  ପରୱାନ ମୁଭିରେ କାମ ମିଳିଲା । ଏ ଦୁଇଟି ଫିଲ୍ମ ମଧ୍ୟ ଫ୍ଲପ ହେଲା । ବିଗ୍ ଫ୍ଲପ ପରେ ବି ସାହାସ ହାରି ନଥିଲେ ଅମିତାଭ୍ ।

୧୯୭୧ରେ ତାଙ୍କୁ ରାଜେଶ ଖାନ୍ନାଙ୍କ ଅଭିନୀତ ‘ଆନନ୍ଦ’ ଫିଲ୍ମରେ ତାଙ୍କୁ ସୁଯୋଗ ମିଳିଲା । ଏଥିରେ ତାଙ୍କର ଅଭିନୟ ତାଙ୍କୁ ସଫଳତାର ବାଟ କାଢିଲା । ଏହି ଫିଲ୍ମ ପାଇଁ ତାଙ୍କୁ ପ୍ରଥମ ଥର ପାଇଁ ତାଙ୍କୁ ବେଷ୍ଟ ସପୋର୍ଟିଙ୍ଗ ଆକ୍ଟର ଭାବେ ନ୍ୟାସନାଲ ଆଡ୍ୱାର୍ଡ ମିଳିଲା । ଧିରେ ଧିରେ ତାଙ୍କୁ ଦର୍ଶକ ପସନ୍ଦ କଲେ । ହେଲେ ତାଙ୍କର ପ୍ରକୃତ ସଫଳତା ୧୩ ଟି ଫିଲ୍ମରେ କାମ କରିବା ପରେ ମିଳିଥିଲା । ୧୯୭୭ରେ ପ୍ରକାଶ ମେହେରାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜଞ୍ଜିର’ରେ ତାଙ୍କୁ ସଫଳତା ମିଳିଲା । ଏହି ଫିଲ୍ମ ଅଭିତାଭଭ୍କୁ ସୁପରଷ୍ଟାର କରିଦେଲା । ଏଥିରେ ତାଙ୍କର ନେଗେଟିଭ ରୋଲ ପାଇଁ ଦର୍ଶକଙ୍କ ପାଖରେ ଆଙ୍ଗ୍ରିି ୟଙ୍ଗମ୍ୟାନ ଭାବେ ପରିଚିତ ହେଲେ । ଏହାପରେ ସଫଳତାର ଗୋଟିଏ ପରେ ଜୋଟିଏ ପାହାଚ ଚଢିଚାଲିଲେ ଅମିତାଭ ।

ଆଜି ଅମିତାଭ ଅଭିନୟ ଜଗତ ପାଇଁ ଜଣେ ମାଇଲ ଖୁଣ୍ଟ ।   ଆଜି ୮୦ ବର୍ଷରେ ପାଦ ଦେଇଛନ୍ତି ଅମିତାଭ  । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।