ରଣନୀତି ପ୍ରସ୍ତୁତ, ଖେଳାଳି ପ୍ରସ୍ତୁତ : ଆଇପିଏଲର ଅନ୍ତିମ ମହାଲଢେଇ ପାଇଁ ପ୍ରସ୍ତୁତ ଦୁବାଇ ; କିଏ ପିନ୍ଧିବ ଆଇପିଏଲ ୨୦୨୦ର ମୁକୁଟ

ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଆଜି ମହା ମୁକାବିଲା

207

କନକ ବ୍ୟୁରୋ : ୫୨ ଦିନ ଏବଂ ୫୯ ମ୍ୟାଚର ଉତ୍କଣ୍ଠା, ରୋମାଂଚ ତଥା ନାଟକୀୟ କ୍ରିକେଟ ସମର ପରେ ଆଇପିଏଲର ଅନ୍ତିମ ମହାଲଢେଇ ପାଇଁ ଦୁବାଇ ପୁରା ପ୍ରସ୍ତୁତ । ଆଉ ମାତ୍ର କିଛି ଘଂଟା ପରେ ଖେଳାଯିବ ମେଗା ଫାଇନାଲ । ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଯୁବ ଯୋଦ୍ଧାଙ୍କୁ ନେଇ ସମୃଦ୍ଧ ଦିଲ୍ଲୀ କ୍ୟାପିଟାଲସ ମୁହାଁମୁହିଁ ହେବେ । ମୁମ୍ବାଇ ପଂଚମ ଟାଇଟଲ ଜିତି ହାଇ ଫାଇଭ ହାସଲ କରିବା ଲକ୍ଷ୍ୟରେ ରହିବ ।

ଅନ୍ୟପକ୍ଷରେ ଫାଇନାଲ ଟିକେଟ ପାଇଁ ଦୀର୍ଘ ୧୨ବର୍ଷ ଅପେକ୍ଷା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ମୁକୁଟ ପାଇବା ପାଇଁ ଶେଷ କମାଲ ଦେଖାଇବାକୁ ଚେଷ୍ଟା କରିବ । ଚଳିତ ସିଜିନରେ ମୁମ୍ବାଇ ୧୫ ମ୍ୟାଚରୁ ୧୦ଟିରେ ବିଜୟ ପାଇଛି । ସେହିପରି ଦିଲ୍ଲୀ ୧୬ ମ୍ୟାଚ ଖେଳି ୯ଟି ବିଜୟ ହାସଲ କରିଛି । ଚଳିତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିମାନେ ମିଳିତ ଭାବେ ୧୩୦ ଛକା ମାରିଛନ୍ତି । ଦିଲ୍ଲୀ କ୍ୟାପିଟାଲସ ୮୪ ଚୌକା ମାରିଛି ।