ସାମ୍ନାକୁ ଆସିଲା ଉତରପ୍ରଦେଶ ବଦାୟୁଁରେ ଦୁଇ ପିଲା ହତ୍ୟାକାରୀର ମା’ଙ୍କ ବୟାନ: ପୁଲିସର ଏନକାଉଂଟରକୁ କଲେ ସମର୍ଥନ

79

କନକ ବ୍ୟୁରୋ: ଉତରପ୍ରଦେଶ ବଦାୟୁଁରେ ଦୁଇ ପିଲାଙ୍କ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଅଭିଯୁକ୍ତର ମା’ଙ୍କ ବୟାନ ସାମ୍ନାକୁ ଆସିଛି । ପୁଲିସ ଏନକାଉଂଟରରେ ଅଭିଯୁକ୍ତ ସାଜିଦ୍ରେ ମୃତ୍ୟୁ ହୋଇଥିଲା । ତେବେ ଏନକାଉଂଟରକୁ ନେଇ କିଛି ଲୋକ ପ୍ରଶ୍ନ ଉଠାଇଥିବା ବେଳେ ତାଙ୍କ ମା କହିଛନ୍ତି, ନିରୀହ ଶିଶୁଙ୍କୁ ହତ୍ୟା କରିଥିବା ପିଲା ପାଇଁ ଏହା ଠିକ ବୋଲି କହିଛନ୍ତି ତାଙ୍କ ମା । ସେପଟେ ଅଭିଯୁକ୍ତ ସାଜିଦର ଭାଇକୁ ଗୁରୁବାର ପୁଲିସ ଗିରଫ କରିଛି । ଭୟରେ ସେ ଦିଲ୍ଲୀ ପଳାଇଯାଇଥିଲା କିନ୍ତୁ ହତ୍ୟା ସହ ତାର କୌଣସି ସମ୍ପର୍କ ନାହିଁ ବୋଲି କହିଛି ସାଜିଦର ଭାଇ । ବୁଧବାର ପଡୋଶୀ ଘରେ ପଶି ଦୁଇ ପିଲାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସାଜିଦ । ପରେ ଅଭିଯୁକ୍ତ ସାଜିଦକୁ ଏନକାଉଂଟର କରି ମାରିଥିଲା ପୁଲିସ ।