କନକ ବ୍ୟୁରୋ : ପ୍ରତିଟି ଖଣ୍ଡରେ ଅଙ୍କାଯାଇଛି ବିରତ୍ୱର ଛବି। କିନ୍ତୁ ଏହି ଶିଳାଖଣ୍ଡର ସଂରକ୍ଷଣ ସହ ଖନନ ପାଇଁ ଉଠିଛି ଦାବି। ପାଇକ ସଂଗ୍ରାମର ଏନ୍ତୁଡ଼ିଶାଳ ଖୋର୍ଦ୍ଧାଗଡ଼। ବରୁଣେଇର ଅନତି ଦୂରରେ ଥିବା ନନ୍ଦପୁର ପଂଚାୟତର ମହାତପଲ୍ଲାର କାଞ୍ଜିଆଗଡ଼ରୁ ମିଳିଛି ପାଇକଙ୍କ ପରାକ୍ରମର ପ୍ରମାଣ ଶିଳାଲିପି। କୁହାଯାଏ ଖୋର୍ଦ୍ଧା ଗଡ଼କୁ ଦଖଲ କରିବା ପାଇଁ ଇଂରେଜ ସୈନ୍ୟ ଚାରିପଟୁ ଅଭିଯାନ ଆରମ୍ଭ କରିଥିଲେ । ଦଶହରା ସମୟରେ ଶସ୍ତ୍ର ପୂଜା କରି ଗଡ଼ ଜଗିଥିବା ୧୮ ଜଣ ପାଇକ ବିଶ୍ରାମ ନେଇଥିବା ବେଳେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଇଂରେଜ ସୈନ୍ୟ । ସେହି ପାଇକଙ୍କ ଛବିକୁ ପଥର ମାଧ୍ୟମରେ ଖୋଦେଇ କରି କାଳଜୟି ପାଇଁ ରଖାଯାଇଥିବା କୁହାଯାଏ।

Advertisment

ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଂଚଳରେ ବିଭିନ ସମୟରେ ଉଦ୍ଧାର ହୋଇଛି ପାଇକଙ୍କ ଅନେକ କୀର୍ତିରାଜି। ଇଂରେଜ ବିରୋଧରେ ଲଢେଇର ରହିଛି ଅନେକ ବଳିଷ୍ଠ ପ୍ରମାଣ। କାଞ୍ଜିଆଗଡ଼ର ଏହି ଖୋଦିତ ଶିଳାଖଣ୍ଡକୁ ସଂରକ୍ଷଣ କରି ରଖିବା ସହ ଏହାକୁ ଖନନ କରାଗଲେ ପାଇକ ବିଦ୍ରୋହର ଅନେକ ଅଵଲୋକୀତ ତଥ୍ୟ ମିଳିପାରିବ ବୋଲି କହିଛନ୍ତି ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ  ।