କନକ ବ୍ୟୁରୋ: ଦିଲ୍ଲୀ ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନରେ ଦୁର୍ଘଟଣାର ଶିକାର ହୋଇଥିବା ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛଇ । ମୃତ ରୀନା ଗୁରୁବାର ଦୁଇ ପିଲାଙ୍କ ସହ ବାପ ଘରକୁ ଯାଇଥିବାବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।

Advertisment

ସୂଚନା ମୁତାବକ, ମା’ଙ୍କ ପାଖକୁ ଯିବା ପାଇଁ ରୀନା ଦେବୀ ଦୁଇ ପୁଅ ଝିଅଙ୍କ ସହ ଇନ୍ଦ୍ରଲୋକ ଷ୍ଟେସନରୁ ରେଡ୍ ଲାଇନ୍ ମେଟ୍ରୋକୁ ଚଢୁଥିଲେ । ହେଲେ ବାହାରେ ରହିଯାଇଥିଲା ପୁଅ । ପୁଅକୁ ଆଣିବାକୁ ବାହାରକୁ ଯିବାବେଳକୁ ମେଟ୍ରୋରେ ତାଙ୍କର ବ୍ୟାଗ୍ ଓ ଶାଢୀ ରହିଯାଇଥିଲା । ଫଳରେ ଅନେକ ବାଟ ଘୋଷାଡି ହୋଇ ଯାଇଥିଲେ ରୀନା । ଭିତରେ ଥିବା ଯାତ୍ରୀ ଜୋର ପାଟି କରି ଟ୍ରେନ୍ ରୋକିବାକୁ କହିବା ସହ ଏମର୍ଜେନ୍ସି ଆଲାର୍ମ ବଜାଇବା ସତ୍ତେ୍ୱ ହଠାତ୍ ଟ୍ରେନ୍ ରୋକି ନଥିଲା ।

ଉଦ୍ଧାରକାରୀ ଦଳ ଆସି ରୀନାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ସେ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ବି ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଛନ୍ତି । କିନ୍ତୁ ଏହି ଘଟଣାରେ କୌଣସି ମାମଲା ଦାଏର କରାଯାଇନାହିଁ ।