କାରଗିଲ ଯୁଦ୍ଧର ଏମିତି ଏକ ବୀର ଯବାନ ଯିଏ କେବଳ ଭାରତରେ ନୁହେଁ ପାକିସ୍ତାନ ସେନା ପାଇଁ ମଧ୍ୟ ଏକ ଜଣାଶୁଣା ନାଁ ଥିଲା । ଯିଏ କାରଗିଲ ଯୁଦ୍ଧରେ ନିଜର ଅପୂର୍ବ ସାହାସର ପରିଚୟ ଦେଇ ଶତ୍ରୁପକ୍ଷ ମାଡି ବସିଥିବା ପୋଷ୍ଟ ଗୁଡିକୁ ଗୋଟିଏ ପରେ ଗୋଟିଏ ଦଖଲ କରି ଚାଲିଥିଲେ । ତେବେ ଶତ୍ରୁପକ୍ଷକୁ ନିପାତ କରିବାର ଝୁଙ୍କ ତାଙ୍କର ଅଧାବାଟରେ ଅଟକି ଯାଇଥିଲା । ଯୁଦ୍ଧ ସମୟରେ ହିଁ ଭାରତ ନିଜର ଏହି ବୀର ଯବାନଙ୍କୁ ହରାଇଥିଲା । ତେବେ ପରେ ତାଙ୍କୁ ମରଣୋତ୍ତର ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା । ସେହିଭଳି ଜଣେ ବୀର ଯବାନ ଥିଲେ ବିକ୍ରମ ବତ୍ରା । ଯାହାଙ୍କ ବୀରତ୍ୱର କାହାଣୀ ଆଜି ମଧ୍ୟ ଦେଶ ମନେ ରଖିଛି ।

Advertisment

publive-imageପାଲମପୁରରେ ଆଜିର ଦିନରେ ଅଥାର୍ତ ୯ ସେପ୍ଟେମ୍ବର ୧୯୭୪ରେ ଜନ୍ମ ନେଇଥିଲେ ଦୁଇ ଯମଜ ଭାଇ । ଜଣେ ବିକ୍ରମ ଓ ଅନ୍ୟଜଣେ ବିଶାଳ । ପାଠପଢାରେ ଆଗୁଆ ଥିବା ବିକ୍ରମ ନିଜର ସ୍କୁଲ ଶିକ୍ଷା ପରେ ବିକ୍ରମ ଚଣ୍ଡିଗଡ ଡିଏଭି କଲେଜରେ ନାମ ଲେଖାଇଥିଲେ । ଆଉ ଏହି ସମୟରେ ଏନସିସି ସହ ଯୋଡି ହୋଇଥିଲେ ବିକ୍ରମ । ବାସ୍ ଏହିଠାରୁ ସେନାବାହିନୀରେ ଯୋଗ ଦେବାକୁ ମନ ବଳାଇଥିଲେ ବିକ୍ରମ । ଏପରିକି ବଡ ବଡ ଚାକିରିକୁ ପଛ କରି ଶେଷରେ ୧୯୯୭ରେ ସେନାରେ ଯୋଗ ଦେଇଥିଲେ ବିକ୍ରମ । ମାତ୍ର ଦୁଇ ବର୍ଷ ମଧ୍ୟରେ କ୍ୟାପେଟନ ପଦରେ ବସିଥିଲେ ବିକ୍ରମ । ତେବେ ସେ କ୍ୟାପଟେନ ହେବା ପରେ ଆରମ୍ଭ ହୋଇଥିଲା କାରଗିଲ ଯୁଦ୍ଧ ।

publive-imageଏହି ଯୁଦ୍ଧରେ ନିଜର ବୀରତ୍ୱ ଓ ସାହସିକତାର ପରିଚୟ ଦେଇଥିଲେ ବିକ୍ରମ । ତାଙ୍କରି ନେତୃତ୍ୱରେ ୧୯ ଜୁନ ୧୯୯୯ରେ ଅନୁପ୍ରବେଶକାରୀଙ୍କ ଦଖଲରେ ଥିବା ପଏଣ୍ଟ ୫୧୪୦ ଛଡାଇ ଆଣିଥିଲେ । ଏହି ପଏଣ୍ଟ ଦଖଲ କରିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଏହି ପଏଣ୍ଟଟି ଉଚ୍ଚରେ ଥିବାରୁ ବେଶ ସହଜରେ ଶତ୍ରୁପକ୍ଷ ଭାରତୀୟ ଯବାନଙ୍କ ଉପରେ ଗୁଳି ବର୍ଷଣ କରୁଥିଲେ । ତେଣୁ ଏହି ପଏଣ୍ଟ ଦଖଲ କରିବା ସହ ଭାରତର ଏହା ସୁରକ୍ଷାକବଚ ଭାବେ ଉଭା ହୋଇଥିଲା । ତେବେ ଏହି ପଏଣ୍ଟ ଦଖଲ କରିବା ପରେ ମଧ୍ୟ ବିକ୍ରମ ଆଉ ଏକ ପଏଣ୍ଟ ୪୮୭୫ ଦଖଲ କରିବାକୁ ପାଦ ବଢାଇଥିଲେ । ମନରେ ଥିଲା ଶତ୍ରୁପକ୍ଷକୁ ନିପାତ କରିବାର ଝୁଙ୍କ । ତେବେ ଏହି ପଏଣ୍ଟ ଦଖଲ କରିବା ବିକ୍ରମଙ୍କ ପାଇଁ ଏତେ ସହଜ ନଥିଲା । କାରଣ ଏହି ପଏଣ୍ଟଟି ସମୁଦ୍ର ପତ୍ତନରୁ ୧୭ ହଜାର ଫୁଟ ଉପରେ ରହିଥିଲା ଏବଂ ୮୦ ଡିଗ୍ରୀରେ ପଏଣ୍ଟ ଉପରକୁ ଚଢିବାକୁ ପଡୁଥିଲା ।

ତେବେ ଏହି ପଏଣ୍ଟ ଦଖଲ କରିବାକୁ ବିକ୍ରମ ଯେତିକି ଆଗକୁ ଯାଉଥାନ୍ତି ତାଙ୍କର ମୃତ୍ୟୁ ମଧ୍ୟ ସେତିକି ପାଖେଇ ଆସୁଥାଏ । ଏକଥା ହୁଏତ ସେ ଜାଣିନଥିଲେ । ଗୋଟିଏ ମିଶନ ସଫଳ ହେଉଥିଲେ ବିକ୍ରମ ଏ ଦିଲ୍ ମାଙ୍ଗେ ମୋର କହି ଯବାନ ମାନଙ୍କ ମନୋବଳ ବୃଦ୍ଧି କରିବା ସହ ଆଗକୁ ବଢିବାକୁ ଉତ୍ସାହିତ କରୁଥିଲେ । ତେବେ ୭ ଜୁଲାଇ ୧୯୯୯ରେ ଯୁଦ୍ଧରେ ଆହତ ହୋଇଥିବା ନିଜ ଟିମର ଜଣେ ଯବାନଙ୍କୁ ରକ୍ଷା କରିବାକୁ ଯାଇ ନିଜର ପ୍ରାଣ ହରାଇଥିଲେ ବିକ୍ରମ । କିନ୍ତୁ ଶେଷ ପର୍ଯ୍ୟନ୍ତ ନିଜ ସାଥୀଙ୍କ ସୁରକ୍ଷାକୁ ପ୍ରଥମେ ପ୍ରାଧାନ୍ୟ ଦେଉଥିଲେ କ୍ୟାପେଟନ ବିକ୍ରମ । ତେବେ ବିକ୍ରମଙ୍କ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ବେଶ ଲୋକପ୍ରିୟ । ସେଥିପାଇଁ ପାକିସ୍ତାନର ଯବାନ ମାନେ ତାଙ୍କୁ ଶେରଶାହା ବୋଲି କହିଥାନ୍ତି । ଏପରିକି କାରଗିଲ ଯୁଦ୍ଧ ସମୟରେ ତାଙ୍କର କୋର୍ଡୱାର୍ଡ