ଶ୍ରଦ୍ଧା ହତ୍ୟା ମାମଲାର ଫିଟିବ ଗୁମର। ମୁଖ୍ୟ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ମେହେରୋଲି ପୁଲିସ।

102

କନକ ବ୍ୟୁରୋ: ଶ୍ରଦ୍ଧା ହତ୍ୟା ମାମଲାର ତଦନ୍ତ ଯେତିକି ଆଗକୁ ବଢୁଛି ନୂଆ ନୂଆ ଖୁଲ୍ଲାସା ସେତିକି ହେଉଛି । ନଭେମ୍ବର ୧୪ରେ ହତ୍ୟା ମାମଲା ଉପରୁ ପର୍ଦ୍ଦା ଉଠିବା ପରେ ଘନ ଘନ ତଦନ୍ତ କରୁଛି ଦିଲ୍ଲୀ ଓ ମୁମ୍ବାଇ ପୁଲିସର ମିଳିତ ଟିମ୍ । ଏହା ଭିତରେ  ଏମିତି କିଛି ତଥ୍ୟ ସାମ୍ନାକୁ ଆସୁଛି ଯାହା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ବିଚଳିତ ମଧ୍ୟ କରୁଛି ।

ପିଶାଚ ପ୍ରେମିକର ବର୍ବରକାଣ୍ଡ

• ଶ୍ରଦ୍ଧାର କଟା, ପୋଡ଼ା ମୁଣ୍ଡ, ହାତ ଖଣ୍ଡକୁ ଜବତ କରିଛି ପୁଲିସ

• ଗୁରୁବାର ଇଷ୍ଟ ଦିଲ୍ଲୀର ଜଙ୍ଗଲରୁ ଏସବୁ ଉଦ୍ଧାର ହୋଇଛି 

• ମେ ୧୮ ତାରିଖରେ ଶ୍ରଦ୍ଧାକୁ ହତ୍ୟା କରିବା ପରଦିନ ସବୁ ସରଞ୍ଜାମ ଆଣିଥିଲା ଆଫତାବ

• ଶ୍ରଦ୍ଧାଙ୍କ ଆକାଉଣ୍ଟରୁ ୫୫ ହଜାର କାଢ଼ିଥିଲା ଆଫତାବ୍

• ସେହି ଟଙ୍କାରେ ଫ୍ରିଜ, ଧାରୁଆ ଛୁରି, ଅଳିଆ ପକାଇବା ବ୍ୟାଗ କିଣିଥିଲା 

• ଆଫତାବ ପ୍ରାୟ ୧୦ଘଣ୍ଟା ଧରି ଶବକୁ ଖଣ୍ଡ ଖଣ୍ଡ କରି କାଟିଥିଲା 

• ଶ୍ରଦ୍ଧାଙ୍କ ମୁଣ୍ଡ ଓ ହାତକୁ ପୋଡି ଥିଲା ଆଫତାବ ।

• ୧୦ ଘଣ୍ଟା ଧରି ଶବକୁ କାଟିବା ପରେ ଥକି ଯାଇ ଟିକେ ବିଶ୍ରାମ ନେଇଥିଲା

• ସିଗରେଟ ଓ ମଦ ପିଇବା ସହ ୱେବସିରିଜ ଦେଖିଥିଲା

• ସେଦିନ ଅନଲାଇନ ଖାଇବା ଅର୍ଡର କରିଥିଲା ଆଫତାବ

ପୁଲିସ ଏକଥା ମଧ୍ୟ ଜାଣିବାକୁ ପାଇଛି ଯେ ଅଭିଯୁକ୍ତ ଆଫତାବର ଥିଲେ ୨୦ ଗାର୍ଲଫ୍ରେଣ୍ଡ । ଅଧିକାଂଶ ବାନ୍ଧବୀ ସହ ଶାରୀରିକ ସମ୍ପର୍କ ରଖୁଥିଲା ଅଭିଯୁକ୍ତ । ବମ୍ବଲ ଡେଟିଂ ଆପକୁ ନୋଟିସ କରି ଏହି ପ୍ରମାଣ ପାଇଛି ଦିଲ୍ଲୀ ପୋଲିସ୍ । ତେଣୁ ଆଗକୁ ଏହି ବାନ୍ଧବୀଙ୍କୁ ଜେରା କରିପାରେ ପୋଲିସ । ପୁଲିସ ଏକଥା ମଧ୍ୟ କହିଛି କି ଘରୋଇ ଖର୍ଚ୍ଚକୁ ନେଇ ଆଫତାବ-ଶ୍ରଦ୍ଧାଙ୍କ ଭିତରେ ହୋଇଥିଲା ଝଗଡ଼ା ।

ଏହି ହତ୍ୟାକାଣ୍ଡ ଯେ ଏକ ପ୍ରେମଜନିତ ହତ୍ୟାକାଣ୍ଡ ଏହାକୁ ଉଭୟ ପୁଲିସ ଓ ଶ୍ରଦ୍ଧା ସର୍ମ୍ପକୀୟ ମାନିବାକୁ ନାରାଜ । କାରଣ ତଦନ୍ତର ପ୍ରତି ଫର୍ଦ୍ଦରେ ପ୍ରତ୍ୟେକ ଦିନ ଯେଉଁଭଳି ଭାବରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେଥିରୁ ଗୋଟେ କଥା ପ୍ରମାଣ ହେଉଛି କି ଶ୍ରଦ୍ଧାଙ୍କ ହତ୍ୟା ପଛରେ କେବଳ ପ୍ରେମ ବା ଅପରାଧୀର ମାନସିକ ବିକୃତ କାରଣ ନୁହେଁ । ଆଉ କିଛି କାରଣ ନିଶ୍ଚୟ ରହିଛି । ଯାହା ନିକଟରେ ପହଁଚିବା ପାଇଁ ଉଭୟ ଦିଲ୍ଲୀ ଓ ମୁମ୍ବାଇ ପୁଲିସର ମିଳିତ ଟିମ ଖୋଲତାଡ କରୁଛନ୍ତି । ତେବେ ଯେଉଁ ପର୍ଯ୍ୟନ୍ତ ଠୋସ ପ୍ରମାଣ ମିଳିନି, କୋର୍ଟରେ ଆଫତାବକୁ ଦୋଷୀ ପ୍ରମାଣ କରାଯାଇନି, ସେପର୍ଯ୍ୟନ୍ତ ସତ୍ୟତା କଣ ଏହା ଉପରେ ସସପେନ୍ସ ଜାରି ରହିବ ।