୧୧ ବର୍ଷ ପରେ ବି ସମାଧାନ ଅପେକ୍ଷାରେ ବ୍ଲାକରୋଜର କାହାଣୀ । ତଦନ୍ତର ଅଗ୍ରଗତି ନେଇ ପୁଲିସ ଡିଜିଙ୍କୁ ଚିଠି ଲେଖିଲେ ଗୃହ ବିଭାଗର ଅତିରିକ୍ତ ସଚିବ, ସିବିଆଇ ତଦନ୍ତର ଦିଗ ସମ୍ପର୍କରେ ଲୋଡିଲେ ମତାମତ

979

କନକ ବ୍ୟୁରୋ : ୧୧ ବର୍ଷ ପରେ ବି ହୋଇପାରିଲାନି ବ୍ଲାକରୋଜ ଜାହାଜର ସମାଧାନ । ଆଉ ଏଭଳି ସ୍ଥିତିରେ ବ୍ଲାକରୋଜ ପ୍ରସଙ୍ଗକୁ ନେଇ ପୁଲିସ ଡିଜିକୁ ଚିଠି ଲେଖିଛନ୍ତି ଗୃହ ବିଭାଗର ଅତିରିକ୍ତ ସଚିବ । ବ୍ଲାକରୋଜ ଘଟଣାର ସିବିଆଇ ତଦନ୍ତ କେତେ ବାଟ ଗଲା ସେ ଦିଗରେ ମତାମତ ଚାହିଁଛନ୍ତି । ୨୦୦୯ ସେପ୍ଟେମ୍ବର ୯ ତାରିଖରେ ବ୍ଲାକରୋଜ ଜାହାଜ ପାରାଦ୍ୱୀପରେ ବୁଡ଼ି ଯାଇଥିଲା ।

ହେଲେ ଘଟଣାର ୧୧ ବର୍ଷ ପରେ ବି କୌଣସି ସମାଧାନ ହୋଇପାରିନାହିଁ । ୨୦୦୯ ମସିହାରେ ଏହାକୁ ନେଇ ବଡ଼ ଧରଣର ତୁମ୍ଭିତୋଫାନ୍ ହୋଇଥିଲା । ଏହାକୁ ନେଇ ରାଜନୈତିକ ସ୍ତରରେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା ।