କନକ ବ୍ୟୁରୋ : ୧୧ ବର୍ଷ ପରେ ବି ହୋଇପାରିଲାନି ବ୍ଲାକରୋଜ ଜାହାଜର ସମାଧାନ । ଆଉ ଏଭଳି ସ୍ଥିତିରେ ବ୍ଲାକରୋଜ ପ୍ରସଙ୍ଗକୁ ନେଇ ପୁଲିସ ଡିଜିକୁ ଚିଠି ଲେଖିଛନ୍ତି ଗୃହ ବିଭାଗର ଅତିରିକ୍ତ ସଚିବ । ବ୍ଲାକରୋଜ ଘଟଣାର ସିବିଆଇ ତଦନ୍ତ କେତେ ବାଟ ଗଲା ସେ ଦିଗରେ ମତାମତ ଚାହିଁଛନ୍ତି । ୨୦୦୯ ସେପ୍ଟେମ୍ବର ୯ ତାରିଖରେ ବ୍ଲାକରୋଜ ଜାହାଜ ପାରାଦ୍ୱୀପରେ ବୁଡ଼ି ଯାଇଥିଲା ।
ହେଲେ ଘଟଣାର ୧୧ ବର୍ଷ ପରେ ବି କୌଣସି ସମାଧାନ ହୋଇପାରିନାହିଁ । ୨୦୦୯ ମସିହାରେ ଏହାକୁ ନେଇ ବଡ଼ ଧରଣର ତୁମ୍ଭିତୋଫାନ୍ ହୋଇଥିଲା । ଏହାକୁ ନେଇ ରାଜନୈତିକ ସ୍ତରରେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/21-4.jpg)