କନକ ବ୍ୟୁରୋ: ରାତିରେ ଜୋତା ପଲିସ, ସକାଳେ ମାଟ୍ରିକ ପରୀକ୍ଷା । ଯେଉଁଠି ଯୋତା ପଲିସ ସେଇଠି ପାଠ ପଢା । କୁନି ପିଲାର କାନ୍ଧରେ ପଡିଛି ପରିବାବରର ବୋଝ । ଗୋଟିଏ ପଟେ ପରିବାର ପ୍ରତିପୋଷଣର ଚାପ ଓ ଅନ୍ୟପଟେ ନିଜ ଭବିଷ୍ୟତ । ଭଙ୍ଗା ଦଦରା କ୍ୟାବିନଟିଏ ହିଁ ଭରସା । କରେଣ୍ଟ ଚାଲିଗଲେ ଡିବିରି ଆଲୁଅରେ ବି ଚାଲେ ଯୋତା ସିଲେଇ ଓ ପଲିସ । ଆମେ କହୁଛୁ ପୁରୀ ଜିଲା ବଳଙ୍ଗା ନୋଡାଲ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀର ମେଧାବୀ ଛାତ୍ର ପୁର୍ଣ୍ଣଚଦ୍ର ଦାସଙ୍କ କଥା ।
ଯୋତା ପଲିସ କାମରୁ ଟିକେ ଫୁରୁସତ ମିଳିଲେ ସେଠାରେ ହିଁ ପାଠ ପଢିବାକୁ ବସି ଯାଉଛି । ମାତ୍ର ୧୬ ବର୍ଷ ବୟସରେ, କାନ୍ଧରେ ପରିବାରର ବୋଝ । ବାପାଙ୍କ ଦେହ ଅସୁସ୍ଥ ହେବା ପରଠୁ ଦିର୍ଘ ୩ ବର୍ଷ ହେଲାଣି ଜୋତା ପଲିସ ଓ ଜୋତା ସିଲାଇ କରି ସେ ପରିବାର ଚଳାଉଛନ୍ତି । ହେଲେ ପରିବାରର ଦାୟିତ୍ୱ ତୁଳାଇବା ଭ୍ିତରେ ନିଜ ଭବିଷ୍ୟତ ପାଇଁ ପାଠ ପଢାରେ କେବେ ହେଳା କରିନାହାନ୍ତି । ପାଠ ପଢି ଆଗକୁ ପୋଲିସ ହେବାର ସ୍ୱପ୍ନ ରଖିଛନ୍ତି ପୁର୍ଣ୍ଣଚନ୍ଦ୍ର ଦାସ । ଜମି ବାଡି କିଛି ନାହିଁ ସରକାରୀ ଜମି ଉପରେ ଗୋଟିଏ ବଖରା ଘରେ ରହୁଛନ୍ତି । ଘର ତ କୁହାଯିବନି ଝାଟିମାଟି କୁଡିଆ ଖଣ୍ଡେ । ଆଉ ଏହି କୁଡିଆ ଭିତରେ ପୂର୍ଣ୍ଣଚନ୍ଦ୍ରଙ୍କ ଆଖିରେ ଆଖିଏ ସ୍ୱପ୍ନ ପୁରି ରହିଛି । ଭଲ ପଢିବେ, ଆଗକୁ ବଢିବେ, ପରିବାରର ଦୁଃଖ ଦୂର କରିବେ । ହେଲେ କିପରି ପୂରଣ ହେବ ପୂର୍ଣ୍ଣଚନ୍ଦ୍ର ଅଶା? ଏହା ହେଉଛି ବଡ ପ୍ରଶ୍ନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/15-10.jpg)