ମାଡ଼ି ଆସୁଛି ବାତ୍ୟା ‘ବିପର୍ଯ୍ୟୟ’: ଗୃହମନ୍ତ୍ରୀ କଲେ ବାତ୍ୟା ମୁକାବିଲା ବୈଠକ

276

କନକ ବ୍ୟୁରୋ: ସାମାନ୍ୟ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ବର୍ତମାନ ଅତି ଭୀଷଣ ବାତ୍ୟାରେ ପରିରତ ହୋଇଛି । ହେଲେ ଏହାର ଭୟାବହତା କିଛି କମ ହେବନି ବୋଲି ଅନୁମାନ କରାଯାଉଛି । ଗୁରୁବାର ସଂଧ୍ୟାରେ ଗୁଜରାଟର କଚ୍ଚ ଓ ପାକିସ୍ଥାନର କରାଚି ଉପକୂଳରେ ମାଡ଼ ହେବା ସମ୍ଭାବନା ରହିଛି । ବାତ୍ୟା ପାଇଁ କଚ୍ଚ ଓ ସୌରାଷ୍ଟ୍ର ଉପକୂଳରେ ୧୪୪ ଧାରା ଜାରି କରାଯାଇଛି । ଏନଡିଆରଏଫ ଟିମ୍ ମଧ୍ୟ ମୁତୟନ ହୋଇଛନ୍ତି । ବାତ୍ୟା ପାଇଁ ମୁମ୍ବାଇର ସମୁଦ୍ର କୂଳ ଅସାନ୍ତ ଥିବା ଦେଖିବାକୁ ମିଳିଛି । ସମୂଦ୍ରରେ ଉଚ୍ଚ ଜୁଆର ଆସୁଛି । ଆଇଏମଡିର ଆକଳନ ଅନୁସାରେ ଗୁଜାରାଟର କଚ୍ଛ, ଦେବଭୂମୀ ଦ୍ୱାରକା, ଜାମନଗର ସବୁଠୁ ଅଧିକ ପ୍ରଭାବିତ ହୋଇପାରେ । ଲ୍ୟାଣ୍ଡଫଲ ସମୟରେ ପୋରବନ୍ଦର, ରାଜକୋଟ, ମୋରବୀ, ଜୁନାଗଡରେ ପ୍ରବଳ ବର୍ଷା ହେବା ସାଙ୍ଗକୁ ଘଂଟା ପ୍ରତି ୧୨୫-୧୩୫ କିଲୋମିଟର ଓ ସ୍ଥଳ ବିଶେଷର ୧୫୦ କିଲୋମିଟର ବେଗରେ ପବନ ବୋହିବା ଆଶଙ୍କା ରହିଛି ।

ବୁଧବାର ସକାଳ ପର୍ଯ୍ୟନ୍ତ ବାତ୍ୟା ଉତର ଦିଗରେ ଗତି କରିବା ପରେ ଦିଗ ବଦଳାଇବ । ଦିଗ ବଦଳାଇ ଉତର-ପୂର୍ବ ଦିିଗରେ ଗତି କରି ଗୁଜରାଟ ଓ ପାକିସ୍ତାନ ଉପକୂଳ ମୁହାଁ ହେବ । ଗୁରୁବାର ଗୁଜରାଟର ମାଣ୍ଡବି ଓ ପାକିସ୍ତାନର କରାଚି ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ଏବେ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ଗୁରୁବାର ବେଳରୁ ଅତି ଭୀଷଣ ବାତ୍ୟା ଭାବରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଛି ସମୀକ୍ଷା ବୈଠକ । ଗୁଜରାଟ ସରକାର ମଧ୍ୟ ସ୍ଥିିତି ଉପରେ ରଖି ଘନଘନ ବୈଠକ କରୁଛନ୍ତି ।

ସ୍ଥିତିକୁ ଦୃଷ୍ଟିରେ ରଖି ଗୁଜରାଟ ସାମ୍ଭାବ୍ୟ ପ୍ରଭାବିତ ଅଂଚଳ ଗୁଡିକରେ ଏନଡିଆରଏଫ ଟିମକୁ ମୃତୟନ କରାଯାଇଛି । ନୌସେନା,ତଟରକ୍ଷୀ ବଳ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି । ସମସ୍ତ ଜରୁରୀକାଳୀନ ସେବା ପାଇଁ ଆର୍ଲଟ ଜାରି କରାଯାଇଛି ।