କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୧୦ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବ । କ୍ରମେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ୪-୫ ଦିନ ସମୁଦ୍ର ମଧ୍ୟରେ ରହି ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏବଂ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡକୁ ଅଗ୍ରସର ହେବ । ଆଇଏମଡି ପକ୍ଷରୁ ହୋଇଥିବା ଆକଳନ ଅନୁସାରେ ୧୪ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଅବପାତର ରୂପ ନେବ । ଏହି ସମୟ ମଧ୍ୟରେ ଅବପାତ ଅଧିକ ଘନିଭୂତ ହେବା ସମ୍ଭାବନା ପ୍ରାୟ ୭୦ ପ୍ରତିଶତ ରହିଛି । ତେବେ ୧୫ ତାରିଖ ପରେ ଏହି ସମ୍ଭାବନା ଶତ ପ୍ରତିଶତକୁ ବଢ଼ିଯିବ । ତେଣୁ ଅବପାତ ଅଧିକ ଘନିଭୂତ ହେବା ପ୍ରାୟ ନିଶ୍ଚିତ ବୋଲି ଆକଳନ କରାଯାଉଛି ।
କେବେ ହେବ ଲଘୁଚାପ, କେବେ ନେଇପାରେ ବାତ୍ୟାର ରୂପ?
- ୧୦ ତାରିଖରେ ସୃଷ୍ଟି ହେବ ଲଘୁଚାପ
- ୧୪ ତାରିଖରେ ଅବପାତର ରୂପ ନେବା ସମ୍ଭାବନା
- ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ
- ୧୬ କିମ୍ବା ୧୭ ତାରିଖରେ ସ୍ଥଳଭାଗକୁ ଅତିକ୍ରମ କରିବା ଆଶଙ୍କା
- ଅବପାତ ହେବା ପରେ ନିର୍ଣ୍ଣୟ ହେବ ଗତିପଥ
ଏପଟେ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି, ଗୁଲାବ ପରେ ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ଆସୁଛି । ଆଉ ବାତ୍ୟା ଓଡ଼ିଶା ଦେଇ ଗତିକରିପାରେ ବୋଲି ଆକଳନ କରିଛି ସ୍କାଏମେଟ । । ଯଦି ବାତ୍ୟା ଆସେ, ତେବେ ଏହାର ନାଁ ରହିବ ‘ଜୋୱାଦ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/vlcsnap-2021-10-08-19h49m49s174.png)