ଚୋରି ହୋଇଗଲା ସୁନା ହାର: ଶେଷରେ ମିଳିଲା କେବଳ ସୂତା

139

କନକ ବ୍ୟୁରୋ: ଚୋରି ସୁନା ହାର ବଦଳରେ ମିଳିଲା ସୂତା । ବୌଦ୍ଧ ମନମୁଣ୍ଡା ଥାନାରୁ ଏକ ଦମ୍ପତି ଆଣିଛନ୍ତି ଏହି ଅଭିଯୋଗ । ଅଭିଯୋଗ ଆଣିବା ସହ ଦମ୍ପତି ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ବି ଉଠାଇଛନ୍ତି ପ୍ରଶ୍ନ? ମହିଳାଙ୍କ ହାର ଚୋରି ହୋଇଯାଇଥିବା ବେଳେ ସେ ଏନେଇ ଥାନରେ ଜଣାଇଥିଲେ ପୁଲିସ ଚୋରକୁ ବି ଧରିଲା । ହେଲେ ମହିଳାଙ୍କୁ ତାଙ୍କ ହାର ବଦଳରେ ଫେରାଇଲା ଖାଲି ସୂତା । ଦୁଇ ଦିନ ପୂର୍ବରୁ ମନମୁଣ୍ଡା ବାଇପାସରେ କିଛି ଦୁବୃତ କଳା ରଙ୍ଗର ପଲସରରେ ଆସି ମହିଳାଙ୍କ ହାର ଲୁଟି ନେଇଥିଲେ ର୍ । ପରେ ଲୁଟେରା ଧାରା ବି ପଡ଼ିଛନ୍ତି । ଧରାପଡିବା ପରେ ହାରକୁ ରାସ୍ତାରେ ଫିଙ୍ଗି ଦେଇଥିବ କହିଛନ୍ତି ।

ଏପରିକି ଦୁଇ ଅଭିଯୁକ୍ତ ଘଟଣାସ୍ଥଳକୁ ଯାଇ ଡେମୋ ବି ଦେଖାଇଥିଲେ । ଆଉ ଏହା ପରେ ପରେ ପୁଲିସ କେବଳ ସୂତା ଆଣି ମହିଳା ଜଣଙ୍କୁ ଫେରାଇଥିଲ । ହେଲେ ଏତେ କମ୍ ସମୟ ଭିତରେ ଜଣେ ଚୋର କିଭଳି ହାର ଓ ସୂତା ଅଲଗା କରିଲା ବୋଲି ଉଠିଛି ପ୍ରଶ୍ନ । ପୁଲିସ ନିଜେ ଏହି ହାର ରଖିଦେଇ ଦମ୍ପତିଙ୍କୁ କେବଳ ସୂତା ଧରାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ଦମ୍ପତି । ଥାନା ଅଧିକାରୀଙ୍କ ନାଁରେ ମଧ୍ୟ ଏହି ଦମ୍ପତି ଥାନାରେ ଏତଲା ଦେଇଛନ୍ତି । ପୁଲିସକୁ ନେଇ ଏହିଭଳି ସଙ୍ଗୀନ୍ ଅଭିଯୋଗ ଉଠିଥିବା ବେଳେ ଘଟଣାର ସମ୍ପୁର୍ଣ୍ଣ ତଦନ୍ତ କରାଯାଯାଇ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବାକୁ କୁହାଯାଇଛି ।