ରେକର୍ଡ ଛୁଇଁଲା ସେୟାର ବଜାର । ୨୩ ହଜାର ପଏଣ୍ଟ ପାର ହେଲା ନିପ୍ଟି ।

402

କନକ ବ୍ୟୁରୋ: ଏକଜିଟ ପୋଲ ରିପୋର୍ଟ ଆସିବା ପରେ ନୂଆ ରେକର୍ଡ ସୃଷ୍ଟି କରିଛି ସେୟାର ମାର୍କେଟ । ସର୍ବକାଳୀନ ରେକର୍ଡ ଛୁଇଁଛି ସେନସେକ୍ସ ଓ ନିଫ୍ଟି । ସେନସେକ୍ସରେ ୨୦୦୦ ଅଙ୍କ ବୃଦ୍ଧି ସହ କାରବାର ଆରମ୍ଭ ହୋଇଛି । ୭୬ ହାର ପଏଂଟ ପାର କରିଛି ସେନସେକ୍ସ । ସେହିପରି ନିଫଟିରେ ୬୦୦ ପଏଂଟ ବୃଦ୍ଧି ସହ ୨୩ ହଜାର ପଏଂଟ ପାର କରିଛି ନିଫଟି । ମାର୍କେଟ ଧାରାକୁ ଦେଖିଲେ ଅଧିକ ଅଭିବୃଦ୍ଧି ନେଇ ଆକଳନ କରାଯାଉଛି । ସେୟାର ମାର୍କେଟରେ ଏହି ବୃଦ୍ଧି ପରେ ଏହାର ପ୍ରଭାବ ସୁନା ଓ ରୂପା ଉପରେ ମଧ୍ୟ ଦେଖାଯିବ ବୋଲି ଆଶା କରାଯାଉଛି ।