କନକ ବ୍ୟୁରୋ : ୬ ଦିନରେ ୧୧ ଲକ୍ଷ ୩୧ ହଜାର କୋଟିର କ୍ଷତି ସହିଛନ୍ତି ନିବେଶକ । ବିଶ୍ୱ ବଜାରରେ ମାନ୍ଦାବସ୍ଥା ଯୋଗୁଁ ସେୟାର ମାର୍କେଟ ବି ଖସିବାରେ ଲାଗିଛି । କ୍ରମାଗତ ଷଷ୍ଠ ସେସନ ପାଇଁ ବିଏସଇ ସେନସେକ୍ସ ୧୧ଶହ ୧୫ ପଏଂଟ୍ ଖସିଛି । ଗୋଟିଏ ଦିନରେ ୨ ଦଶମିକ ୯୬ ପ୍ରତିଶତ ହ୍ରାସ ପାଇ ସେନସେକ୍ସ ୩୬ ହଜାର ୫୫୩ ପଏଂଟରେ ବନ୍ଦ ହୋଇଛି । ବିଏସଇରେ ସାମିଲ ଥିବା କମ୍ପାନୀ ଗୁଡିକର ବଜାର ପୁଂଜିକରଣ ଗତ ୬ଟି ସେସନରେ ବି କ୍ରମାଗତ ଖସିବାରେ ଲାଗିଛି ।
ଏହା ଏବେ ୧କୋଟି ୪୮ ଲକ୍ଷ ୭୬ ହଜାର ୨୧୭ରୁ ୧୧ ଲକ୍ଷ ୩୧ ହଜାର ୮୧୫କୁ ଖସିଆସିଛି । ସେପ୍ଟେମ୍ବର ୧୬ ତାରିଖରୁ ବିଏସଇ ବେଂଚମାର୍କ ଇଂଡେକ୍ସ ୨ ହଜାର ୭୪୯ ପଏଂଟ ଖସିଯାଇଛି । ବିଏସଇରେ ୨ ହଜାର ୨୫ କମ୍ପାନୀର ସେୟାର ଖସିଥିବା ବେଳେ ୬୨୫ ଟି କମ୍ପାନୀ ଲାଭ ଏବଂ ୧୬୨ଟି ଅପରିବର୍ତିତ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/vlcsnap-2019-09-03-20h05m14s46.png)