ସେୟାର ବଜାରରେ ବଡ ହ୍ରାସ । କାରବାର ଆରମ୍ଭରେ ସେନସେକ୍ସ ପ୍ରାୟ ୧ ହଜାର ପଏଣ୍ଟ ଖସି ୫୭ ହଜାର ତଳେ

Advertisment
ସେୟାର ବଜାରରେ ବଡ ହ୍ରାସ । କାରବାର ଆରମ୍ଭରେ ସେନସେକ୍ସ ପ୍ରାୟ ୧ ହଜାର ପଏଣ୍ଟ ଖସି ୫୭ ହଜାର ତଳେ

କନକ ବ୍ୟୁରୋ : ସେନସେକ୍ସରେ ଆଜି ବଡ ହ୍ରାସ ଦେଖିବାକୁ ମିଳିଛି । ଗୋଟିଏ ଦିନର ବିରତି ପରେ ଆଜି ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ ଖୋଲିବା ମାତ୍ରେ ସେନସେକ୍ସ ପାଖାପାଖି ହଜାରେ ପଏଣ୍ଟ ଖସିଛି । ବିଏସଇ ସେନସେକ୍ସ ୫୭ ହଜାର ପଏଣ୍ଟରୁ କମ ରହିଛି ।
ସୋମବାରଠାରୁ ଆଜି ଯାଏଁ ସେନସେକ୍ସରେ ପ୍ରାୟ ୪ ହଜାର ପଏଣ୍ଟ ହ୍ରାସ ହେଲାଣି । ସେହିଭଳି ନିଫଟିରେ ବି ହ୍ରାସ ଘଟିଛି । କାରବାର ଆରମ୍ଭରେ ଏହା ୧୭ ହଜାର ପଏଣ୍ଟ ଉପରେ ଥିଲେ ବି ପରେ ଏହା ୩୦୯ ପଏଣ୍ଟ କମି ୧୬ ହଜାର ୯୬୮ ପଏଣ୍ଟ ରହିଛି । ସେହିଭଳି ୨୦୧୪ ପରେ ଅଶୋଧିତ ତୈଳର ଦର ବ୍ୟାରେଲ ପିଚ୍ଛା ୮୯ ଡଲାରରେ ପହଞ୍ଚିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe