କନକ ବ୍ୟୁରୋ: ଲଗାତାର ତୃତୀୟ ଦିନ ପାଇଁ ରେଡ୍ ମାର୍କରେ ବନ୍ଦ ହୋଇଛି ଭାରତୀୟ ସେୟାର ବଜାର ।ବିଶ୍ୱ ବଜାରରେ ମାନ୍ଦାବସ୍ଥା କାରଣରୁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି । ମଙ୍ଗଳବାର ଉଭୟ ସେନସେକ୍ସ ଓ ନିଫ୍ଟି ଲାଲ ସଂକେତରେ ବନ୍ଦ ହୋଇଛି ।କାରବାର ଶେଷ ବେଳକୁ ବମ୍ବେ ଷ୍ଟକ ଏକ୍ସଚେଂଜର ସେନସେକ୍ସ ୮୪୪ ଅଙ୍କ ହ୍ରାସ ପାଇଛି ।ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଂଜର ନିଫଟି ୨୫୮ ଅଙ୍କ ହ୍ରାସ ପାଇ ୧୬ହଜାର ୯୮୪ ପଏଂଟରେ ବନ୍ଦ ହୋଇଛି । କେବଳ ଭାରତରେ ନୁହେଁ ଜାପାନ, ଦକ୍ଷିଶ କୋରିଆ ଓ ଚୀନରେ ମଧ୍ୟ ସେୟାରମାର୍କେଟ ହ୍ରାସ ପାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us