କନକ ବ୍ୟୁରୋ: ପରଦା ପଛରେ ଅଦୃଶ୍ୟ ବାବା ଚଲାଉଥିଲେ ଷ୍ଟକ ମାର୍କେଟ । ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ନିଜ ଇସାରାରେ ନଚାଉଥିଲେ ତଥା କଥିତ ହିମାଳୟର ଅଦୃଶ୍ୟ ବାବା । ଚିତ୍ରାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନର ପ୍ରତ୍ୟେକ ନିଷ୍ପତ୍ତି ନେଉଥିଲେ ବାବା । ତେବେ ଏହି ବାବା ଜଣକ କିଏ? ତାକୁ ନେଇ ଦ୍ୱନ୍ଦ ଚାଲିଥିବାବେଳେ ତଦନ୍ତକାରୀ ସଂସ୍ଥା ଅନୁସନ୍ଧାନ ଆରମ୍ଭ କରିଛି ।

Advertisment

ଅନେକ ବାବାଙ୍କ କାହାଣୀ ଆପଣ ଶୁଣିଥିବେ କିନ୍ତୁ ଅଦୃଶ୍ୟ ବାବାଙ୍କ କାହାଣୀ ଶୁଣିନଥିବେ । ଏମିତି ଜଣେ ଅଦୃଶ୍ୟ ବାବାଙ୍କ କାହାଣୀ ଆପଣଙ୍କୁ ଦେଖାଇବୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣ ଓ ଜଣେ ହିମାଳୟ ବାବାଙ୍କ ମଧ୍ୟରେ ଥିବା ସମ୍ପର୍କର ଅନେକ ଫର୍ଦ୍ଧ ଧିରେ ଧିରେ ଖୋଲିବାରେ ଲାଗିଛି । ଷ୍ଟକ ଏକ୍ସଚେଞ୍ଜର ସିଇଓ ଥିଲେ ଚିତ୍ରା କିନ୍ତୁ ପରଦା ପଛରେ ସେୟାର ବଜାର ଚଲାଉଥିଲେ ଅଦୃଶ୍ୟ ବାବା ।

୨୦୧୩ ରୁ ୨୦୧୬ ପର୍ଯ୍ୟନ୍ତ ଚିିତ୍ରା ଏନଏସଇର ସିଇଓ ଭାବରେ କାର୍ଯ୍ୟ କରୁଥିଲେ ଚିତ୍ରା ଓ ଷ୍ଟକ୍ ପାଇଁ ପରାମର୍ଶ ଦେଉଥିଲେ ବାବା । ଏମିତିକି ଷ୍ଟକ୍ ଏକ୍ସଚେଞ୍ଜରେ କିଏ କେଉଁ କାମ କରିବ, କେମିତି କାମ କରିବ ତାହା ବାବାଙ୍କ ଇସାରାରେ ଚାଲିଥିଲା । ତେବେ ବାବାଙ୍କୁ ନେଇ କଣ କୁହନ୍ତି ଚିତ୍ରା ତା ଉପରେ ନଜର ପକାଇବା...

  • ଅଦୃଶ୍ୟ ବାବାଙ୍କ ସହ ଚିତ୍ରାଙ୍କ ୨୦ ବର୍ଷର କାହାଣୀ
  • ଷ୍ଟକ ଏକ୍ସେଚେଞ୍ଜ୍ ଚଳାଇବା ପାଇଁ ପରାମର୍ଶ ଦେଉଥିଲେ ବାବା
  • ବାବାଙ୍କ ଇସାରାରେ କରୁଥିଲେ ସମସ୍ତ କାମ
  • ବ୍ୟକ୍ତିଗତ ଓ ବୃତ୍ତିଗତ ସମସ୍ତ ନିଷ୍ପତି ବାବାଙ୍କୁ ପଚାରି ନେଉଥିଲେ
  • ‘ହିମାଳୟର ବାବାଙ୍କ କୌଣସି ଶରୀର ନାହିଁ
  • ଯେଉଁଠି ଡାକିଲେ ଦୃଶ୍ୟମାନ ହୋଇପାରନ୍ତି ବାବା
  • ଚିତ୍ରା ବାବାଙ୍କୁ ସ୍ମରଣ କଲେ ପ୍ରକଟ ହେଉଥିଲେ
  • ଚିତ୍ରା ତାଙ୍କୁ ଶିରୋମଣି ବୋଲି ସମ୍ବୋଧନ କରୁଥିଲେ

ସିକ୍ୟୁରିିଟି ଏକ୍ସେଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ସେବିର ତଦନ୍ତ କିନ୍ତୁ ବାବାଙ୍କୁ ନେଇ କିଛି ଅନ୍ୟ ତଥ୍ୟ କହୁଛି । ତଦନ୍ତରୁ ଜଣା ପଡିଛି ଯେ ବାବାଙ୍କର ରହିଥିଲା ଗୋଟିଏ ମେଲ୍ ଆଇଡି ଯେଉଁଥିରେ ସେ ଚିତ୍ରାଙ୍କ ସହ ସମ୍ପର୍କରେ ଥିଲେ । ଆସନ୍ତୁ ଦେଖିବା କଣ ରହିଥିଲା ସେ ମେଲରେ...

  • ଦୀର୍ଘ ୮ ବର୍ଷ ଧରି ବାବା ଓ ଚିତ୍ରା ଇ-ମେଲ ଯୋଗେ କଥା ହେଉଥିଲେ
  • ଯୋଗୀ ଜଣଙ୍କ ଚିତ୍ରାଙ୍କ ପ୍ରତି ଆକର୍ଷିତ ଥିଲେ
  • ୨୦୧୫ରେ ବହୁବାର ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା
  • ୨୦୧୫ରେ ଇ-ମେଲରେ ମକର କୁଣ୍ଡଳ ଗୀତ ପଠାଇଥିଲେ ବାବା
  • ଚିତ୍ରା ଗୀତ ଶୁଣିଛନ୍ତି କି ନାହିଁ ପଚାରିଥିଲେ ଯୋଗୀ
  • ୨୦୧୭ରେ ଚିତ୍ରାଙ୍କୁ ବ୍ୟାଗ ପ୍ରସ୍ତୁତ ରଖିବାକୁ କହିଥିଲେ ଯୋଗୀ
  • ଉଭୟ ସିସିଲି ଯାଇ ସମୁଦ୍ରରେ ଗାଧୋଇବା କଥା ହୋଇଛନ୍ତି
  • ୨୦୧୮ରେ ଦିଲ୍ଲୀ ସ୍ୱାମୀ ମଲାଇ ମନ୍ଦିରରେ ସାକ୍ଷାତ
  • ଇ-ମେଲରେ ଚିତ୍ରାଙ୍କ କେଶକୁ ପ୍ରଶଂସା
  • କଣ କଲେ ଅଧିକ ସୁନ୍ଦର ହୋଇପାରିବ କେଶ ଦେଉଥିଲେ ପରାମର୍ଶ
  • ଚିତ୍ରାଙ୍କ ସହ ବିତାଇଥିବା ସମୟ ତାଙ୍କୁ ଯୁବାବସ୍ଥାକୁ ମନେ ପକାଉଥିଲା

ଗୋଟିଏ ପଟେ ଚିତ୍ରା ହିମାଳୟ ବାବାଙ୍କୁ ଅଦୃଶ୍ୟ ବୋଲି କହୁଥିବାବେଳେ ତଦନ୍ତକାରୀ ସଂସ୍ଥା ପ୍ରମାଣ ଆକାରରେ ବାବାଙ୍କ ମେଲ ସବୁକୁ ଜବତ କରିଛି । ତେବେ ଏହି ରହସ୍ୟମୟ କାହାଣୀର ସତ୍ୟତା ଅନୁସନ୍ଧାନ ପରେ ଜଣାପଡିବ