ନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ । ରାଜଧାନୀ ରାସ୍ତା କଡ଼ରେ ଭଙ୍ଗାରୁଜା ଅବସ୍ଥାରେ ପଡ଼ିରହିଛି ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତୀ ।

Advertisment
ନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ । ରାଜଧାନୀ ରାସ୍ତା କଡ଼ରେ ଭଙ୍ଗାରୁଜା ଅବସ୍ଥାରେ ପଡ଼ିରହିଛି ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତୀ ।

କନକବ୍ୟୁରୋ: ନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ । ରାସ୍ତା କଡ଼ରେ ଭଙ୍ଗାରୁଜା ଅବସ୍ଥାରେ ପଡ଼ିରହିଛି ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତୀ । ଭୁବନେଶ୍ୱର କୋର୍ଟ ନବୀକରଣ ବେଳେ ସ୍ଥାନାନ୍ତରଣ କରାଯାଇଛି ସୁବାଷ ବୋଷଙ୍କ ପ୍ରତିମୂର୍ତୀ । କିନ୍ତୁ ସ୍ଥାନାନ୍ତରଣ ବେଳେ ପ୍ରତିମୂର୍ତୀ ଅଧା ଭାଙ୍ଗି ଯାଇଛି ।

କେବଳ ଏତିକି ନୁହେଁ ଏହାକୁ କପଡ଼ାରେ ଘୋଡ଼ାଇ ଦିଆଯାଇଛି । ଭୁବନେଶ୍ୱର କୋର୍ଟ ନିକଟରେ ଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଥିଲା ସୁବାଷ ବୋଷଙ୍କ ପ୍ରତିମୂର୍ତି । ଭୁବନେଶ୍ୱର କୋର୍ଟ ନବୀକରଣ ବେଳେ ଏହା ସ୍ଥାନାନ୍ତରିତ କରାଯାଇଛି । କିନ୍ତୁ ଏବେ କଳ୍ପନା ଛକ ପାଖ ରାସ୍ତା କଡରେ ପଡ଼ି ରହିଛି ସୁବାଷ ବୋଷଙ୍କ ପ୍ରତିମୂର୍ତୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe