କନକବ୍ୟୁରୋ: ନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ । ରାସ୍ତା କଡ଼ରେ ଭଙ୍ଗାରୁଜା ଅବସ୍ଥାରେ ପଡ଼ିରହିଛି ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତୀ । ଭୁବନେଶ୍ୱର କୋର୍ଟ ନବୀକରଣ ବେଳେ ସ୍ଥାନାନ୍ତରଣ କରାଯାଇଛି ସୁବାଷ ବୋଷଙ୍କ ପ୍ରତିମୂର୍ତୀ । କିନ୍ତୁ ସ୍ଥାନାନ୍ତରଣ ବେଳେ ପ୍ରତିମୂର୍ତୀ ଅଧା ଭାଙ୍ଗି ଯାଇଛି ।
କେବଳ ଏତିକି ନୁହେଁ ଏହାକୁ କପଡ଼ାରେ ଘୋଡ଼ାଇ ଦିଆଯାଇଛି । ଭୁବନେଶ୍ୱର କୋର୍ଟ ନିକଟରେ ଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଥିଲା ସୁବାଷ ବୋଷଙ୍କ ପ୍ରତିମୂର୍ତି । ଭୁବନେଶ୍ୱର କୋର୍ଟ ନବୀକରଣ ବେଳେ ଏହା ସ୍ଥାନାନ୍ତରିତ କରାଯାଇଛି । କିନ୍ତୁ ଏବେ କଳ୍ପନା ଛକ ପାଖ ରାସ୍ତା କଡରେ ପଡ଼ି ରହିଛି ସୁବାଷ ବୋଷଙ୍କ ପ୍ରତିମୂର୍ତୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/15-3.jpg)