ଘୋଡା ଥାଇ ଗୋଲେଇ ଛକର ହୋଇପାରିବ କି ଆଧୁନିକରଣ । ସାମ୍ନାକୁ ଆସିଲା ବିଶ୍ୱର ବହୁ ଉଦାହରଣ । ପ୍ରତିକାତ୍ମକ ମୂର୍ତିକୁ ରଖି କରାଯାଇ ପାରିବ ପୁନଃନିର୍ମାଣ

165

କନକ ବ୍ୟୁରୋ: ବିକାଶ ପାଇଁ ଅନେକ ବିକଳ୍ପ ରହିଛି । ସ୍ଥାନାନ୍ତରଣ ଓ ବିସ୍ଥାପନ ବାହାରେ ବିକାଶର ବାଟ ଖୋଜିବା ହେଉଛି ବର୍ତମାନ ସମୟର ଆହ୍ୱାନ । ଭୁବନେଶ୍ୱର ମାଷ୍ଟର କ୍ୟାନଟିନ୍ରେ ଥିବା ଘୋଡ଼ାର ସ୍ଥାନାନ୍ତରଣକୁ ବିରୋଧ ବଢ଼ୁଥିବା ବେଳେ ଏହାକୁ ନେଇ ଏକ ବିକଳ୍ପ ବାଟ ଦେଖାଛନ୍ତି ଟାଉନ୍ ପ୍ଲାନର । ଘୋଡ଼ାକୁ ସ୍ଥାନାନ୍ତର ନକରି ଭୁବନେଶ୍ୱର ସହରକୁ ଆହୁରି ସୁନ୍ଦର କରାଯାଇପାରିବ କି?

ବିଶ୍ୱର ବଡ଼ ବଡ଼ ସହରରେ ଆଜି ବି ଦେଖିବାକୁ ମିଳେ ଗୋଲେଇ ଛକ । ଟ୍ରାଫିକ୍ ପରିଚାଳନାଠୁ ଆରମ୍ଭ କରି ଗୋଟିଏ ସହରର ଐତିହ୍ୟକୁ ପ୍ରଦର୍ଶିତ କରିବାର ଭରପୁର ସୁଯୋଗ ଆଣିଦିଏ ଏହି ଗୋଲେଇ ଛକ । ୧୯୬୬ ମସିହାରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ଆଜି ବି ସିଙ୍ଗାପୁର, ନ୍ୟୁୟର୍କ, ଲଂଣ୍ଡନ, ଭଳି ସହରରେ ରହିଛି ।

ଆଉ ଏହି ହେଉଛି ଆମ ରାଜଧାନୀ ସହର ଭୁବନେଶ୍ୱରର ମାଷ୍ଟରକ୍ୟାନ୍ଟିନ୍ର ଗୋଲେଇ ଛକ । ଯେଉଁଠି ରହିଛି ଘୋଡ଼ା । ଆଉ ଯାହାର ସ୍ଥାନାନ୍ତରଣକୁ ନେଇ ଏବେ ବିବାଦ ଉଠିଛି । ଉଭୟ କଂଗ୍ରେସ ଓ ବିଜେପି ନେତାମାନେ ଏହାର ପ୍ରତିବାଦ କରୁଛନ୍ତି । ବିଶ୍ୱରର ବଡ଼ ବଡ଼ ସହରରେ ଗୋଲେଇ ଛକର ଆଦର ବଢ଼ୁଥିବା ବେଳେ ଭୁବନେଶ୍ୱର ଗୋଟିଏ ପରେ ଗୋଟିଏ ଛକ ନିଶ୍ଚିହ୍ନ ହୋଇଯାଉଛି । ଆଜିର ଦିନରେ ରାଜମହଲ ଓ ରସୁଲଗଡ଼ ଗୋଲେଇ ଛକ ନିଜର ଅସ୍ତିତ୍ୱ ହରାଇ ସାରିଛି ।

ସ୍ମାର୍ଟସିଟି ଭୁବନେଶ୍ୱରକୁ ଆହୁରି ବିକଶିତ କରିବା ପାଇଁ ବିଏମ୍ସି ପକ୍ଷରୁ ନୂଆ ନୂଆ ଯୋଜନା କରାଯାଉଛି । ଆଉ ଏହି କ୍ରମରେ ମାଷ୍ଟରକ୍ୟାନ୍ଟିନ୍ର ଘୋଡ଼ାକୁ ସ୍ଥାନାନ୍ତରଣ ଲକ୍ଷ୍ୟ ରହିଛି । କିନ୍ତୁ ଟାଉନ୍ ପ୍ଲାନର୍ ପିୟୁଷ ରାଉତଙ୍କ କହିବା କଥା ହେଉଛି- ମାଷ୍ଟରକ୍ୟାନ୍ଟିନ୍ର ଗୋଲେଇ ଛକକୁ ନୂଆ ରୁପ ଦିଆଯାଇପାରିବ । ଆଉ ଘୋଡ଼ାର ସ୍ଥାନାନ୍ତରଣ ବି ଦରକାର ପଡ଼ିବନି । ଗଢ଼ା ସାମଗ୍ରୀକୁ ଭାଙ୍ଗିବା ସହଜ । କିନ୍ତୁ ପୁଣି ଥରେ ଗଢ଼ି ତୋଳିବା କଷ୍ଟ । ସେ ସହର ହେଉ କିମ୍ବା ସହରର କୌଣସି ଛକ ।