କନକବ୍ୟୁରୋ:ଖଣି ଜମି ଉପରେ ରୟାଲଟି ଆଦାୟ ଉପରେ ରାଜ୍ୟ ସରକାରଙ୍କ ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ। ମନ୍ତ୍ରୀ କହିଛନ୍ତି, କୋଇଲା ରୟାଲିଟି ପ୍ରସଙ୍ଗରେ କୌଣସି ରାଜ୍ୟକୁ ଅବହେଳା କରାଯିବ ନାହିଁ। ଯାହାର ଯେତିକି ହକ ତାକୁ ସେତିକି ମିଳିବ। କୋଇଲା ଖଣିର ରୟାଲଟି ଉପରେ କାହାକୁ କେତେ ଯିବ ସେ ନେଇ ନୀତି ଆୟୋଗରେ ବିସ୍ତୃତ ଆଲୋଚନା ହେବ।
ଏଥିସହ କେନ୍ଦ୍ର ସରକାର ମହତ୍ତ୍ୱପୂର୍ଣ୍ଣ ଖଣି ସନ୍ଧାନରେ ଥିବା କହିଛନ୍ତ ମନ୍ତ୍ରୀ। ଯେଉଁ ଖଣିଜ ଦ୍ରବ୍ୟ ଭାରତରେ ନାହିଁ, ବିଦେଶରୁ ଆମଦାନୀ ହେଉଛି ସେଭଳି ମହତ୍ତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଯେଉଁଠି ଏଭଳି ଖଣି ବାହାରିବ ସେ ଦିଗରେ କାର୍ୟ୍ୟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଓଡିଶା ଗସ୍ତ ଆସିଥିବା ମନ୍ତ୍ରୀ ନାଲକୋ ପରିଦର୍ଶନ କରିବା ସହ ସମୀକ୍ଷା କରିବେ।
Follow Us