ବିଦ୍ୟୁତ ବଳକା ରାଜ୍ୟ କିଣିବ ବିଜୁଳି! ମଧ୍ୟପ୍ରଦେଶରୁ ବିଜୁଳି ଆଣିିବ ଓଡ଼ିିଶା

190

କନକ ବ୍ୟୁରୋ: ସାରା ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲଟେଜ ସମସ୍ୟାକୁ ନେଇ ଲୋକେ ଅତିଷ୍ଠ ହୋଇପଡିଛନ୍ତି । ପ୍ରବଳ ତାତିରେ ବିଜୁଳି କାଟ ପ୍ରତିବାଦରେ ବିରୋଧୀଙ୍କ ବିକ୍ଷୋଭ ଓ ଜନ ଅସନ୍ତୋଷ ଭିତରେ ବଡ ନିଷ୍ପତି ନେଇଛି ଗ୍ରୀଡକୋ ।

ତେବେ ଗ୍ରୀଡକୋର ପ୍ରେସ ରିଲିଜରେ ସ୍ପଷ୍ଟ ଭାବେ ଲେଖା ଅଛି ମଧ୍ୟପ୍ରଦେଶ ଶକ୍ତି ନିଗମ ଲିମିଟେଡ ବା ଏମପିପିସିଏଲ ଠାରୁ ୩୫୦ ୟୁନିଟ ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ ଶକ୍ତି ଆଣିବାକୁ ଗ୍ରୀଡକୋ ଚୁକ୍ତି କରିଛି । ଚଳିତ ବର୍ଷ ଅପ୍ରେଲରୁ ଜୁଲାଇ ମାସ ଭିତରେ ୧୦୦ ମେଗାୱାଟ ଶକ୍ତି ସଂଗ୍ରହ କରିବ ଓଡିଶା । ଚୁକ୍ତି ଅନୁସାରେ ଦରକାର ପଡିଲେ ଏହି ସମୟ ଅବଧିରେ ୨୫୦ ମେଗାୱାଟ ବିଦ୍ୟୁତ ଶକ୍ତି ଯେକୌଣସି ମୁହୂର୍ତରେ ଆଣିପାରିବ । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜୁଳି ଉପଭୋକ୍ତା ମହାସଂଘ ।

ତେବେ ଗ୍ରୀଡକୋ କହିଛି ଏବେ ରାଜ୍ୟରେ ବିଜୁଳି ଚାହିଦା ୫ ହଜାର ୪୦୦ ମେଗାଓକ୍ୱାଟରେ ପହଂଚିଛି । ଆଉ ଏହି ଆବଶ୍ୟକତାକୁ ପୁରଣ କରିବା ପାଇଁ ବିଜୁଳି ଉପଲବ୍ଧ ଅଛି । ହେଲେ ଉତ୍ପାଦନ କେନ୍ଦ୍ର ଗୁଡିକର ଆକସ୍ମିକ ବ୍ରେକ୍ ଡାଉନ ଓ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିର ରଖି ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ଏମପିପିସିଏଲ ଠାରୁ ବିଜୁଳି ଆଣିବାକୁ ଚୁକ୍ତି ହୋଇଛି । କିନ୍ତୁ ଗ୍ରୀଡକୋର ଏହି ଯୁକ୍ତିକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ଶକ୍ତି ସମୀକ୍ଷକ ।

ପ୍ରଶ୍ନ ଉଠୁଛି ପୂର୍ବରୁ ଓଡିଶାକୁ ବିଦ୍ୟୁତ ବଳକା ରାଜ୍ୟ ବୋଲି ଘୋଷଣା କରାଯାଇଥିଲା । ଏବେ କାହିଁକି ମଧ୍ୟପ୍ରଦେଶ ଶକ୍ତି ନିଗମ ଲିମିଟେଡ ପାଖରୁ ବିଜୁଳି କିଣିବାକୁ ନିଷ୍ପତି ନିଆଯାଉଛି?