ଛାତ୍ର କଂଗ୍ରେସର ବିଭିନ୍ନ ଦାବି, ୭ରେ ଘେରିବେ ବିଧାନସଭା

82

କନକ ବ୍ୟୁରୋ: ଆସନ୍ତା ୭ରେ ବିଧାନସଭା ଘେରିବ ପ୍ରଦେଶ ଛାତ୍ର କଂଗ୍ରେସ । ଷ୍ଟାଫ ସିଲେକ୍ସନ କମିଶନରେ ଦୁର୍ନୀତି, ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ଘେରିବ ଛାତ୍ର କଂଗ୍ରେସ । ଏନେଇ ପ୍ରେସମିଟ କରି ସୂଚନା ଦେଲେ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ।

ଛାତ୍ର କଂଗ୍ରେସ ସଭାପତି କହିଛନ୍ତି କି, ସାରା ରାଜ୍ୟ ବୁଲି ବୁଲି ଆମେ ଛାତ୍ର ଛାତ୍ରୀ ମାନଙ୍କ ମତାମତ ନେଇଛୁ ସେଇ ଆଧାରରେ ଆନ୍ଦୋଳନର ଡାକରା ଦେଇଛୁ । ରାଜ୍ୟ ସରକାର ଅନେକ ଚାକିରି ବିକି ଦେଇଛନ୍ତି, ପିଲାମାନେ କଠିନ ପରିଶ୍ରମର ଫଳ ପାଉନାହାନ୍ତି । ଏଠି ପଇସା ଦେଲେ ଚାକିରି ମିଳୁଛି ।

ସେହିପରି ଆହୁରି ମଧ୍ୟ କହିଛନ୍ତି କି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଫଳ ହୋଇଛି । ଆଇନ ମନ୍ତ୍ରୀଙ୍କ ଅପରାଧକୁ ଘଣ୍ଟ ଘୋଡା ଯାଉଛି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଉପରେ ତଦନ୍ତ କରିବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଆଯାଉ ।