ଅଣାୟତ୍ତ ହେଉଛି ମଣିପୁର ସ୍ଥିତି, ଉପଦବ୍ରୀଙ୍କ ଉତ୍ପାତରେ ଜଳୁଛି ରାଜ୍ୟ

341

କନକ ବ୍ୟୁରୋ: ଦିନକୁ ଦିନ ସଂଗୀନ ହେଉଛି ପୂର୍ବୋତ୍ତର ରାଜ୍ୟ ମଣିପୁର । ବିଭିନ୍ନ ଚେଷ୍ଟା ସତ୍ୱେ ଏଠାରେ ଥମୁନି ହିଂସା । ଜୁନ ୪ତାରିଖରୁ ପୁଣି ହିଂସା ଆରମ୍ଭ ହେବା ସହ ବିଗିଡିଛି ରାଜ୍ୟର ସ୍ଥିତି । ସୁରକ୍ଷାକର୍ମ ଓ ଉପଦ୍ରବୀଙ୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ଗୁଳିମାଡ ଘଟଣା ସାମ୍ନାକୁ ଆସୁଛି ମଙ୍ଗଳବାର ଗୁଳିମାଡ଼ ଘଟଣାରେ ଜଣେ ବିଏସଏଫ ଜବାନ ସହିଦ ହୋଇଥିବା ସୂଚନା ରହିଛି ।

ସେପଟେ ଜୂୁନ ୧୦ ତାରିଖ ପର୍ଯ୍ୟନ୍ତ ପୂରା ରାଜ୍ୟରେ ଇଂଟରନେଟ ସେବା ବନ୍ଦ ରଖାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲଗାଯାଇଛି କଫ୍ୟୁ । ଜଗି ରହିଛନ୍ତି ଆସାମ ରାଇଫଲ, ବିଏସଏଫ ଓ ମଣିପୁର ପୁଲିସ । ମୋଟ ୧୦ହଜାର ସୁରକ୍ଷାକର୍ମୀଙ୍କ କଡ଼ା ନଜରରେ ରହିଛି ସମଗ୍ର ମଣିପୁର । ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ କ୍ରମଶ ଉଗ୍ର ରୂପ ନେଉଛି । ମେ ୩ରୁ ଆରମ୍ଭ ହୋଇଥିବା ହିଂସାରେ ଅନେକ କ୍ଷତି ସହୁଛି ମଣିପୁର । ସେପଟେ ଉପଦ୍ରବୀଙ୍କୁ ଧରିବା ପାଇଁ ଭାରତୀୟ ସେନା ପକ୍ଷରୁ ଅପରେସନ ସୁଗନୁ ଓ ସେରୋ ଆରମ୍ଭ କରାଯାଇଛି । ଏନେଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଭିଡିଓ ଜାରି କରାଯାଉଛି । ଉପଦ୍ରବୀଙ୍କୁ ଖୋଜି ବାହାରୁ କରୁଛି ସେନା ।

ସବୁଠୁ ଚିନ୍ତାର ବିଷୟ ହେଉଛି ବିଭିନ୍ନ ସ୍ଥାନରୁ ବିପୁଳମାତ୍ରାର ଅସ୍ତ୍ରଶସ୍ତ୍ର ମଧ୍ୟ ଠାବ କରାଯାଇଛି । ପ୍ରଶ୍ନ ଉଠୁଛି ଆଦିବାସୀ ଅଂଚଳରେ ବିପୁଳମାତ୍ରାର ଦେଶୀ ଓ ବିଦେଶୀ ବନ୍ଧୁକ ଏବଂ ଗୋଳାବାରୁଦ ପହଁଚୁଛି କିପରି? ହିଂସାରେ ଏବେ ସୁଦ୍ଧା ୧୦୦ରୁ ଅଧିକ ପ୍ରାଣ ହରାଇସାରିଲେଣି । ସେହିପରି୪ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ୪୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ନିକଟରେ ଗୃହମନ୍ତ୍ରୀ ଦିନିଆ ମଣିପୁର ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ ଓ କିଭଳି ହିଂସା ରୋକି ହେବ ସେଦିଗରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ବୈଠକ କରିଥିଲେ । କିନ୍ତୁ କିଛି ଦିନ ପରେ ପୁଣି ମଣିପୁରରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହେବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ମଣିପୁର ଜଳୁଥିବାବେଳେ ୧୦ଜଣ ନାଗା ବିଧାୟକ ଦିଲ୍ଲୀରେ ପହଞ୍ଚି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ।