ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜନ ହେଲା ନିଡାମ୍ବର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ପତାକା ଉତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ରାଜ୍ୟବାସୀଙ୍କୁ ସଂବୋଧନ କରି କହିଲେ କରୋନା କାଳରେ ଆସିଛି ବଡ ନିବେଶ, କୃଷି କ୍ଷେତ୍ରରେ ଆଗୋଉଛି ଓଡିଶା

213

କନକ ବ୍ୟୁରୋ : ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷ ଆୟୋଜନ ହୋଇଛି ନିରାଡଂବର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ଏହି ଅବସରରେ ପତାକା ଉତୋଳନ କରି ରାଜ୍ୟବାସୀଙ୍କୁ ସଂବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା କାଳରେ ରାଜ୍ୟକୁ ଆସିଛି ବଡ ନିବେଶ । କୃଷି କ୍ଷେତ୍ରରେ ଆଗୋଉଛି ରାଜ୍ୟ । କରୋନା ସମୟରେ ପୁରା ବିଶ୍ୱ ଅର୍ଥନୀତି ଓ ସମାଜ ଉପରେ ପ୍ରଭାବ ପଡିଛି । କିନ୍ତୁ ରାଜ୍ୟ ଏଥିରୁ ଭରଣା ପାଇଁ ଉଦ୍ୟମ କରୁଛି । ଲକଡାଉନ ସମୟରେ ଇକୋନୋମିକ୍ ଆକ୍ଟିଭିଟି ଜାଗି ରଖିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ।

କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ ନିଯୁକ୍ତି ସୃଷ୍ଟି କାମ ମଧ୍ୟ ଜାରି ରହିଛି । ଏହି ସମୟ ମଧ୍ୟରେ ରାଜ୍ୟକୁ ଆସିଛି ୧୨ ହଜାର କୋଟିର ନିବେଶ । ଦେଶରେ ଏହି ସମୟରେ ହୋଇଥିବା ଇନଭେଷ୍ଟମେଂଟରୁ ୧୮ ପ୍ରତିଶତ ଆସିଛି ରାଜ୍ୟକୁ । ମହାରାଷ୍ଟ୍ରକୁ ପଛରେ ପକାଇ ଓଡିଶା ଏକ ନଂବର ହୋଇଛି । କରୋନା ସମୟରେ କରୋନା ଯୋଦ୍ଧା ଯେଉଁଭଳି କାମ କରୁଛନ୍ତି ତାହା ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସାରା ଭାରତରେ କରୋନାରେ ମୃତ୍ୟୁ ହାର ଆମ ରାଜ୍ୟରେ କମ୍ ରହିଛି । ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।