ମନ୍ଥର ହେଉଛି ମହାମାରୀ ଗତି! ଗତ ୨୪ ଘଂଟାରେ ୧୪୩୪ ଆକ୍ରାନ୍ତ, ୧୫ ମୃତ । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧ ହଜାର ୫୭୪ରେ ପହଂଚିଲା

Advertisment
ମନ୍ଥର ହେଉଛି ମହାମାରୀ ଗତି! ଗତ ୨୪ ଘଂଟାରେ ୧୪୩୪ ଆକ୍ରାନ୍ତ, ୧୫ ମୃତ । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧ ହଜାର ୫୭୪ରେ ପହଂଚିଲା

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୮୩୩ ଜଣ ଥିବା ବେଳେ ଲୋକାଲ କେସ ୬୦୧ ରହିଛି ।

ଅନୁଗୁଳ ୯୦, ବାଲେଶ୍ୱର ୯୯, ବରଗଡ ୪୫, ଭଦ୍ରକ ୩୧, ବଲାଙ୍ଗୀର ୬୬, ବୌଦ୍ଦ ୬, କଟକ ୧୪୧, ଦେଓଗଡ ୫, ଢେଙ୍କାନାଳ ୨୧, ଗଜପତି ୬, ଗଞ୍ଜାମ ୧୭, ଜଗତସିଂହପୁର ୬୮, ଯାଜପୁର ୩୩, ଝାରସୁଗୁଡା ୩୧, କଳାହାଣ୍ଡି ୩୫, କନ୍ଧମାଳ ୧୨, କେନ୍ଦ୍ରାପଡା ୫୪, କେନ୍ଦୁଝର ୫୦, ଖୋର୍ଦ୍ଦା ୧୪୪, କୋରାପୁଟ୍ ୨୫, ମାଲକାନଗିରି ୧୪, ମୟୁରଭଞ୍ଜ ୮୦,ନବରଙ୍ଗପୁର ୨୭, ନୟାଗଡ ୧୭, ନୂଆପଡା ୩୫, ପୁରୀ ୭୭, ରାୟଗଡା ୯, ସମ୍ବଲପୁର ୩୮, ସୋନପୁର ୧୨, ସୁନ୍ଦରଗଡ ୯୮, ଷ୍ଟେଟପୋଲ ୨୮

ଏହାସହ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ୪୯,୩୯,୩୯୦ ଜଣ ଲୋକଙ୍କର କୋଭିଡ ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୦୧,୫୭୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତ ମାନଙ୍କ ମଧ୍ୟରୁ ୨,୮୬,୮୫୭ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୨୩୯ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe