ରାଜ୍ୟରେ ୨୦ ଲକ୍ଷ ଅତିକ୍ରମ କଲା କରୋନା ନମୁନା ପରୀକ୍ଷା । ଗତ ୨୪ ଘଂଟାରେ ୫୦ ହଜାର ୬୬୩ ସାମ୍ପୁଲ ଟେଷ୍ଟ : ସ୍ୱେଚ୍ଛାକୃତ ଭାବେ ଯିଏ ଚାହିଁବେ କରାଇପାରିବେ କରୋନା ଟେଷ୍ଟ

185

କନକ ବ୍ୟୁରୋ : ରାଜ୍ୟରେ ୨୦ ଲକ୍ଷ ଅତିକ୍ରମ କଲା କରୋନା ନମୁନା ପରୀକ୍ଷା । ଏପର୍ଯ୍ୟନ୍ତ ସାରା ରାଜ୍ୟରେ ୨୦ ଲକ୍ଷ ୪୮ ହଜାର ୮ଟି ନମୁନା ପରୀକ୍ଷା ହୋଇଛି । ଗତ ୨୪ ଘଂଟା ଭିତରେ ୫୦ ହଜାର ୬୬୩ଟି ନମୁନା ପରୀକ୍ଷା କରାଯାଇଛି । ଏହା ଭିତରେ ୪୩ ହଜାର ୬୪୦ ଆଂଟିଜେନ ଟେଷ୍ଟ ରହିଥିବାବେଳେ ୬ ହଜାର ୮୯୮ଟି ଆରଟିପିସିଆର ଟେଷ୍ଟ ଓ ଟ୍ରୁ-ନାଟ ଟେଷ୍ଟ ରହିଛି ୧୨୫ ।

ତେବେ ଏହାରି ଭିତରେ କରୋନା ପରୀକ୍ଷା ପାଇଁ ଥିବା ପୂର୍ବ ନିୟମାବଳୀରେ ପରିବର୍ତନ କରିଛନ୍ତି ଦେଶର ସର୍ବୋଚ୍ଚ ଭେଷଜ ଗବେଷଣା ସଂସ୍ଥା ଆଇସିଏମଆର । ଆସନ୍ତୁ ଦେଖିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ଜାରି ନୂଆ ଗାଇଡଲାଇନ୍ ।