୧୦ ବର୍ଷରେ ଆଖି ବୁଜିଛନ୍ତି ୭୮୪ ହାତୀ । ହାତୀ ଆକ୍ରମଣରେ ମରିଛନ୍ତି ୯୨୫ ଜଣ ଲୋକ । ବିଧାନସଭାରେ ପୂରା ତଥ୍ୟ ଦେଲେ ମନ୍ତ୍ରୀ
କନକ ବ୍ୟୁରୋ: ଗତ ୧୦ ବର୍ଷ ଭିତରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୭୮୪ ହାତୀ । ୨୦୧୮-୧୯ ମସିହାରେ ସର୍ବାଧିକ ୯୩ଟି ହାତୀ ଆଖି ବୁଜିଥିବାବେଳେ, ହାତୀ ଆକ୍ରମଣରେ ୯୨୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।
Kanak News is now on WhatsApp
Join and get latest news updates delivered to you via WhatsApp
ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟରେ ୨୦୧୭ ମସିହାରେ ହୋଇଥିବା ହାତୀ ଗଣନା ତଥ୍ୟ ଅନୁସାରେ ରାଜୟରେ ମୋଟ ୧୯୭୬ଟି ହାତୀ ଅଛନ୍ତି । ହେଲେ ଗତ ୧୦ ବର୍ଷ ଭିତରେ ମୋଟ ୭୮୪ଟି ହାତୀ ଆଖି ବୁଜିଥିବାବେଳେ ବର୍ଷା ୱାରୀ କେତେ ହାତୀ ମୃତ୍ୟୁ ବରଣ କରିଛନ୍ତି, ସେନେଇ ତଥ୍ୟ ଦେଇଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ ।
୧୦ ବର୍ଷରେ ଆଖି ବୁଜିଛନ୍ତି ୭୮୪ ହାତୀ । ହାତୀ ଆକ୍ରମଣରେ ମରିଛନ୍ତି ୯୨୫ ଜଣ ଲୋକ । ବିଧାନସଭାରେ ପୂରା ତଥ୍ୟ ଦେଲେ ମନ୍ତ୍ରୀ#elephantdeath #Assembly #Odisha #KanakNews pic.twitter.com/8CdrOfqHG0
— Kanak News (@kanak_news) March 14, 2023
ତେବେ ଏନେଇ ପ୍ରଥମେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଧାନସଭାରେ ପ୍ରଶ୍ନ ରଖିଥିଲେ । ସେ କହିଥିଲେ, ରାଜ୍ୟରେ ବର୍ତ୍ତମାନ କେତୋଟି ହାତୀ ଅଛନ୍ତି? ଗତ ୧୦ ବର୍ଷ ଭିତରେ କେତେ ହାତୀ ମରିଛନ୍ତି ଓ କେତେ ଲୋକ ହାତୀ ଆକ୍ରମଣରେ ମରିଛନ୍ତି? ତା ସହିତ ହାତୀ ମୃତ୍ୟୁ ରୋକିବା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି, ତାହା ଜାଣିବା ପାଇଁ ବିଜେପି ବିଧାୟକ ଗୃହରେ ପ୍ରଶ୍ନ କରିଥିଲେ ।
ଏହାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ହାତୀ ମୃତ୍ୟୁ ରୋକିବା ପାଇଁ ହାତୀମାନଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି ସହିତ ସେମାନଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ ଆଦି ବ୍ୟବସ୍ଥା କରାଯାଇଛି । ଏହାସହିତ ଶିକାର ନିରୋଧକ ଶିବିର, ବୈଷୟିକ ଜ୍ଞାନକୌଶଳର ଉପଯୋଗିତା ଦ୍ୱାରା ହାତୀ ଓ ଶିକାରୀଙ୍କ ଗତିବିଧି ଉପରେ ନଜର ରଖାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ତବେ ଏଯାବତ, ଏହି ଘଟଣାରେ ୫୦ ଜଣ ଲୋକଙ୍କ ଉପରେ ଚାର୍ଜସିଟ୍ ହୋଇଥିବାବେଳେ, କୌଣସି ଅଭିଯୁକ୍ତଙ୍କୁ ଅଦାଲତ ଦ୍ୱାରା ଦଣ୍ଡିତ କରାଯାଇନି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।