ରାଜ୍ୟରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ । ଦିନକରେ ୫୨ ହଜାରରୁ ୭୯୫ ନମୁନା ପରୀକ୍ଷା

124

କନକ ବ୍ୟୁରୋ : ରାଜ୍ୟରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ ହୋଇଛି । ଦିନକରେ ୫୨ ହଜାରରୁ ୭୯୫ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୦ ହଜାର ୨୪୦ ଆରଟିପିସିଆର ଓ ୪୨ ହଜାର ୪୧୪ ଆଂଟିଜେନ୍ ଟେଷ୍ଟ କରାଯାଇଛି ।

ଏନେଇ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ତିନି ଦିନ ହେଲା ଲଗାତାର ଭାବେ ରାଜ୍ୟରେ ନମୁନା ପରୀକ୍ଷା ଅଧିକ କରାଯାଉଛି ।