ରାଜ୍ୟରେ ୮ଲକ୍ଷ ୬୪ହଜାର ୪୯୯ ହାଇସ୍କୁଲ ଛାତ୍ରଛାତ୍ରୀ ବୀମାଭୁକ୍ତ : ଗୃହରେ ଲିଖିତ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

173

କନକ ବ୍ୟୁରୋ : ରାଜ୍ୟରେ ୮ଲକ୍ଷ ୬୪ହଜାର ୪୯୯ ହାଇସ୍କୁଲ ଛାତ୍ରଛାତ୍ରୀ ବୀମାଭୁକ୍ତ । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମୋଟ ୨୧ଲକ୍ଷ ୨୮ହଜାର ୨୪୬ ହାଇସ୍କୁଲ ଛାତ୍ରଛାତ୍ରୀ ଅଛନ୍ତି । ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିବାକୁ ଷ୍ଟୁଡେଣ୍ଟ ସେଫ୍ଟି ଇନ୍ସୁରାନ୍ସ ସ୍କିମ୍ ପ୍ରଚଳିତ । ପ୍ରାଥମିକ,ଉଚ୍ଚ ପ୍ରାଥମିକ,ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠୁ ୨ଟଙ୍କା ଆଦାୟ । ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ ୩ଟଙ୍କା ଆଦାୟ । ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠାରୁ ୩ଟଙ୍କା ଆଦାୟ । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ ସମୀର ଦାଶ ।

ସେପଟେ, ରାଜ୍ୟର ୧୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି । ୯୩୯ ବରିଷ୍ଠ SES ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି । ବାଲେଶ୍ୱରରେ ସର୍ବାଧିକ ୧୨୩ଟି ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି । ସେହିଭଳି କେନ୍ଦ୍ରାପଡାରେ ୯୯, ଭଦ୍ରକରେ ୮୨, କଟକରେ ୬୩, ଯାଜପୁରରେ ୭୩, କେନ୍ଦୁଝରରେ ୭୨ ସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ । ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ୨୮୦ ପ୍ରଧାନଶିକ୍ଷକ ନାହାନ୍ତି । ପୂର୍ବରୁ ଗୃହରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନ ପଚାରିଥିଲେ । ଏହାର ଲିଖିତ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।