କନକ ବ୍ୟୁରୋ: ରାଜ୍ୟରେ ପୁଣି ଏକ ବଡ଼ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାସ କଲା ରାଜ୍ୟ ଜିଏସଟି ବିଭାଗ । ଏହି ରାକେଟରେ ୬୪୧ କୋଟି ଟଙ୍କାର ଜାଲ ବିଲ ପ୍ରସ୍ତୁତ କରି ୧୧୫ କୋଟି ଟଙ୍କାର ଇନପସ୍ୱଙ୍କ ଟାକ୍ସ କ୍ରେଡିଟ ହାସଲ କରାଯାଇଛି । ଠକେଇ ଅଭିଯୋଗରେ ଗୁରୁଦୀପ ଡାଙ୍ଗ ଓ ସୁଜୟ ମୈତୀ ନାମକ ଦୁଇଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଂଟ ୱିଙ୍ଗ । ଗୁରୁଦୀପକୁ ରାଉରକେଲାରୁ ଗିରଫ କରାଯାଇଥିବା ବେଳେ ସୂଜୟ ମୈତ୍ରଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି ।
ଅଭିଯୁକ୍ତମାନେ ଜାଲ ବିଲ ବଦଳରେ ୧୧୫ କୋଟି ୧୦ ଲକ୍ଷ ଟାଂକର ଜାଲ ଜାଲ ଆଇଟିସି ସଂଗ୍ରହ କରି ହସ୍ତାନ୍ତର କରିଥିଲେ । ଅନ୍ୟମାନଙ୍କ ସହ ମିଶି ୧୬ଟି ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ତିଆରି କରି ଜାଲ କିଣା ବିଲ ମାଧ୍ୟମରେ ଏହି ଇନପୁଟ ଟ୍ୟାକ୍ସ କ୍ରେଡିଟ ବା ଆଇଟିସି ହାତେଇ ଥିଲେ । ତେବେ ସମାନ ଅଭିଯୋଗରେ ଜିଏସଟି ବିଭାଗ ଏପର୍ଯ୍ୟନ୍ତ ମୋଟ୍ ୨୦ ଜଣଙ୍କୁ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଜିଏସଟି କମିଶନର ସୁଶୀଲ ଲୋହାନୀ ।