ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର କରିବାକୁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ଜମି ଅଧିଗ୍ରହଣ ପାଇଁ ଜନଶୁଣାଣୀର ଆୟୋଜନ କଲା ଜିଲ୍ଲା ପ୍ରଶାସନ

108

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରକୁ ଐତିହ ସହର କରିବାକୁ ରାଜ୍ୟ ସରକାର କରୁଛନ୍ତି ଉନ୍ନତିମୂଳକ କାମ । ଆଉ ଏହାକୁ ତ୍ୱରାନ୍ୱିତ କରିବାକୁ ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ । ଏଥିପାଇଁ ଜନଶୁଣାଣୀର ଆୟୋଜନ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ବଳୟ ମଧ୍ୟରୁ ଜମି ଅଧିଗ୍ରହଣ ଲାଗି ଜନଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରଙ୍କ ନିଷ୍ପତି ଅନୁସାରେ ମନ୍ଦିର ଚାରିପାଖରେ ସୁରକ୍ଷା ବଳୟର ଉନ୍ନତିକରଣ କରାଯାଉଛି ।

ଏଥିପାଇଁ ଜମି ଅଧିଗ୍ରହଣ କରାଯିବ । ଆଉ ଆଜି ହେଉଥିବା ଜନଶୁଣାଣିରେ ୱାର୍ଡବାସୀ ଉପସ୍ଥିତ ରହି ଅଧିଗ୍ରହଣ ଓ ତତଜନିତ ସାମାଜିକ ପ୍ରଭାବ ଉପରେ ମତାମତ ଦେଇପାରିବେ । ପ୍ରଭାବିତ ହେଉଥିବା ବାସେଳିସାହି, ମଣିକର୍ଣ୍ଣିକା ସାହି, କାଳିକାଦେବୀ ସାହି, ଦୋଳମଣ୍ଡପସାହି ଓ ଚୁଡଙ୍ଗସାହି ଅଚଂଳବାସୀ ଏହି ଜନଶୁଣାଣିରେ ସାମିଲ ହେବେ । ଆଜି ଦୁଇଟି ପର୍ଯ୍ୟାୟରେ ଏହି ଜନଶୁଣାଣି ହେବ ।