ସୁବିଧାରେ ସ୍ୱଚ୍ଛ ପିଇବା ପାଣି ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ : ‘ସୁଜଳ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଯୋଜନାରେ ଉପକୃତ ହେବେ ୧୫ଟି ସହରର ୧୫ ଲକ୍ଷ ଲୋକ

269

କନକ ବ୍ୟୁରୋ : ସୁବିଧାରେ ସ୍ୱଚ୍ଛ ପାଣି ଯୋଗାଇ ଦେବାର ନିଆରା ଉଦ୍ୟମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ଶୁଭାରମ୍ଭ କରିଛନ୍ତି, ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ବା ସୁଜଳ ଯୋଜନା । ଭୁବନେଶ୍ୱର ଓ ପୁରୀର ୧୨ଟି ଜୋନରେ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଆରମ୍ଭ ହୋଇଛି ଯୋଜନା । ଏଥିରେ ଦୁଇ ସହରର ପ୍ରାୟ ୨ ଲକ୍ଷ ଲୋକ ଉପକୃତ ହେବେ ।

ସେହିପରି ଓମବାଡସି ଓ ରାଜ୍ୟ ପାଣ୍ଠିରୁ ୧୩ ଶହ କୋଟି ଟଙ୍କା ବିନିଯୋଗରେ ରାଜ୍ୟର ୧୫ଟି ସହରରେ ଟ୍ୟାପ୍ ଯୋଗେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟକାରୀ ହେବ । ଆଉ ଏଥିରେ ୧୫ ଲକ୍ଷ ଲୋକ ଉପକୃତ ହେବେ । ସେହିପରି ରାଜ୍ୟର ୪ଟି ସହ ଭୁବନେଶ୍ୱର, ପୁରୀ, ରାଉରକେଲା ଓ ବ୍ରହ୍ମପର ଠାରେ ୩ ଲକ୍ଷ ଗୃହ ପାନୀୟ ଜଳ ମିଟର ସଂଯୋଗ ହେବ । ଏଥିରେ ଉପକୃତ ହେବେ ୨୨ ଲକ୍ଷ ଲୋକ ।

Comments are closed.