କୋଭିଡ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା

137

କନକ ବ୍ୟୁରୋ : ରାଜ୍ୟରେ କୋଭିଡ ଟୀକା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟରେ ଟୀକାକରଣ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ । ପରେ ବୟସ୍କ ଲୋକ ଓ ଅନ୍ୟମାନଙ୍କୁ ଟୀକା ଦିଆଯିବ । ତେବେ ସାଧାରଣ ଲୋକଙ୍କୁ ଗାଇଡଲାଇନ ଅନୁସାରେ ବ୍ୟବସ୍ଥା କଣ ରହିବ ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ନିର୍ଦ୍ଦେଶନାମା ଆସିନାହିଁ ।

ଏହାସହ ରାଜ୍ୟରେ ଟିକାରଣ ପାଇଁ ରାଜ୍ୟ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ନିର୍ବାଚନ ମଡେଲ ଭଳ ହେବ ଟିକାକରଣ । ତେବେ ପ୍ରଥ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା । ଏଥିପାଇଁ ୨ ଲକ୍ଷ ୯ ହଜାର ୨୭୬ ଟୀକାକରଣ ସ୍ଥାନ ଚିହ୍ନଟ ହୋଇଛି । ୮, ୨୭୬ ଟିକାକର୍ମୀ ନିୟୋଜିତ ହେବେ ।