କରୋନା ଟିକା ନେଇ ରାଜ୍ୟସରକାରଙ୍କ ପ୍ରସ୍ତୁତି : ଡିଏମଇଟି ସିବିକେ ମହାନ୍ତି କହିଲେ, ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ପ୍ରାଥମିକତା

୩ ଲକ୍ଷରୁ ଅଧିକ ଲୋକଙ୍କୁ କରାଯାଇଛି ଚିହ୍ନଟ

153

କନକ ବ୍ୟୁରୋ : କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି । କରୋନା ଟିକା ଆସିଲେ ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ବୟସ୍କ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ  ଆଗୁଆ ନିଜ ନାମକୁ ପଂଜୀକରଣ କରିବାକୁ ପଡିବ । ସ୍ପଟ ପଂଜୀକରଣ ହେବ ନାହିଁ ।  କେବଳ ପୋଟାଲରେ ପଂଜୀକରଣ ହେବ ।

ଗୋଟିଏ ସେଂଟରରେ ଶହେରୁ ଦୁଇ ଶହ  ଲୋକଙ୍କୁ ଟିକା ଦିଆଯିବ । ଟିକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ତରରୁ ବ୍ଲକ ସ୍ତର ପର୍ଯର୍୍ୟନ୍ତ  ଟ୍ୟାକ୍ସ ଫୋର୍ସ ଗଠନ କରାଯାଇଛି । ଟିକାକରଣ ପାଇଁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି । ଟିକା ଦେବା ପାଇଁ ଯେତିକି ସ୍ୱାସ୍ଥ୍ୟକର୍ମୀ  ଆବଶ୍ୟକ ସେତିକି  ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।