କନକ ବ୍ୟୁରୋ : କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି । କରୋନା ଟିକା ଆସିଲେ ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ବୟସ୍କ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଆଗୁଆ ନିଜ ନାମକୁ ପଂଜୀକରଣ କରିବାକୁ ପଡିବ । ସ୍ପଟ ପଂଜୀକରଣ ହେବ ନାହିଁ । କେବଳ ପୋଟାଲରେ ପଂଜୀକରଣ ହେବ ।
ଗୋଟିଏ ସେଂଟରରେ ଶହେରୁ ଦୁଇ ଶହ ଲୋକଙ୍କୁ ଟିକା ଦିଆଯିବ । ଟିକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ତରରୁ ବ୍ଲକ ସ୍ତର ପର୍ଯର୍୍ୟନ୍ତ ଟ୍ୟାକ୍ସ ଫୋର୍ସ ଗଠନ କରାଯାଇଛି । ଟିକାକରଣ ପାଇଁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି । ଟିକା ଦେବା ପାଇଁ ଯେତିକି ସ୍ୱାସ୍ଥ୍ୟକର୍ମୀ ଆବଶ୍ୟକ ସେତିକି ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/28-17.jpg)