ଓମିକ୍ରନ ଭ୍ୟାରିଆଂଟର ମୁକାବିଲାର ମନ୍ତ୍ର ଦେଲେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା: କହିଲେ କରୋନା ପାଇଁ ଲଗାଅନା କଟକଣା

245

କନକ ବ୍ୟୁରୋ: ଓମିକ୍ରନକୁ ନେଇ ସାରା ଦେଶରେ ଭୟ ସୃଷ୍ଟି ହେଉଥିବା ବେଳେ ମୁକାବିଲାର ମନ୍ତ୍ର ଦେଲେ ଦେଶର ଜଣାଶୁଣା ଡାକ୍ତର ତଥା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା କେ ଶ୍ରୀନାଥ ରେଡ୍ଡୀ । କହିଛନ୍ତି, ନୂଆ ସାଉଥ ଆଫ୍ରିକାର ଏହି ଭ୍ୟାରିଆଂଟର ମୁକାବିଲା ପାଇଁ ମାସ୍କ, ଭେଂଟିଲେସନ, ଭ୍ୟାକସିନ ଏବଂ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ସେ କହିଛନ୍ତି ।

କିନ୍ତୁ ପୂର୍ବରୁ କରୋନାର ମୁକାବିଲା ପାଇଁ ଯେଭଳି ଲକଡାଉନ୍, ଯାତ୍ରା ଉପରେ ପ୍ରତିବନ୍ଧକ ରହିଥିଲା ସେସବୁକୁ ଗୁରୁତ୍ୱ ଦେବା ଆବଶ୍ୟକ ନାହିଁ ବୋଲି ସେ ଏକ ଆଲେଖ୍ୟ ଲେଖି ପରାମର୍ଶ ଦେଇଛନ୍ତି । ଓମ୍ରିକନ ଭ୍ୟାରିଆଂଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଇ ବିଭିନ୍ନ ରାଜ୍ୟ ସରକାର ଏସଓପି ଜାରି କରୁଛନ୍ତି । ଡେଲଟା ଭ୍ୟାରିଆଂଟ ତୁଳନାରେ ଏହି ଭ୍ୟାରିଆଂଟ ୬ ଗୁଣା ଅଧିକ ସଂକ୍ରମିତ ହେଉଛି ତେଣୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ୍ ଲଗାଇବା ନେଇ ମଧ୍ୟ ବିଚାର ବିମର୍ଶ ଚାଲିଛି ।