ନଭି ମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନର ଭଡ଼ା ଛାଡ଼ କଲେ ରାଜ୍ୟ ସରକାର । ଏପ୍ରିଲ ୨୦୨୦ରୁ ଓଡ଼ିଶା ଭବନକୁ ସଂଗରୋଧ କେନ୍ଦ୍ର ଭାବେ ବ୍ୟବହାର କରିଆସୁଥିଲେ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀ

219

କନକ ବ୍ୟୁରୋ: ନଭି ମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନର ଭଡ଼ା ଛାଡ଼ କଲେ ରାଜ୍ୟ ସରକାର । କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସଂଗରୋଧ ନିମନ୍ତେ ନଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଏପ୍ରିଲରୁ ବ୍ୟବହାର କରିଆସୁଥିଲେ । ଏହାର ଭଡ଼ା ବବାଦ ଦେୟ ଦୁଇ କୋଟି ଷୋହଳ ହଜାର ଟଙ୍କା ହେଉଥିଲା ।

ମହାମାରୀର ଏ ବିପଦ ସମୟରେ ମାନବିକତା ତଥା ମୁମ୍ବାଇର ଜନସାଧାରଣ ପ୍ରତି ସଦିଚ୍ଛାପୁର୍ଣ୍ଣ ମନୋଭାବ ପ୍ରଦର୍ଶନ ପୂର୍ବକ ଓଡ଼ିଶା ଭବନର ଦେୟକୁ ସମ୍ପୁର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । କରୋନା ମହାମାରୀ ବେଳେ ବିଭିନ୍ନ ରାଜ୍ୟକୁ ସାହାଯ୍ୟର ହାତ ବଢାଉଛି ଓଡିଶା । ଏବେ ପୁଣି ଏଭଳି ମହାନ କାମ କରି ଉଦାହରଣ ସୃଷ୍ଟି କରିଛି ।