କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ରାଜ୍ୟର ସମସ୍ତ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଓ ପଲିଟେକ୍ନିକ୍ କଲେଜର ହଷ୍ଟେଲ ଫି ଛାଡ କଲେ ରାଜ୍ୟ ସରକାର । ଯାହାଦ୍ୱାରା ଏହି ଅନୁଷ୍ଠାନରେ ପଢୁଥିବା ପ୍ରାୟ ୧୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । କରୋନା ମହାମାରୀ ଯୋଗୁ ଅନେକ ସାଧାରଣ ଜନତାଙ୍କୁ ଆର୍ଥିକ ସମସ୍ୟା ଭୋଗିବାକୁ ପଡିଛି । ଏହି ସମୟରେ ଲକଡାଉନ୍ କାରଣରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପଡିଥିଲା । ଏହି ସମୟରେ ଛାତ୍ରଛାତ୍ରୀମାନେ ମଧ୍ୟ ହଷ୍ଟେଲ ସୁବିଧା ମଧ୍ୟ ଉପଭୋଗ କରିନଥିଲେ । ତେଣୁ ରାଜ୍ୟ ସରକାର ଏ ଉପରେ ବିଚାର କରି ଛାତ୍ରଛାତ୍ରୀମାନଙ୍କ ହଷ୍ଟେଲ ଫି ଛାଡ କରିଛନ୍ତି ।
ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜର ହଷ୍ଟେଲ୍ ଫି ଛାଡ କଲେ ରାଜ୍ୟ ସରକାର । ଉପକୃତ ହେବେ ୧୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ।
/kanak/media/post_attachments/wp-content/uploads/2021/03/hindu-college-students.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)