ରାଜ୍ୟ ସରକାର ଦେଲେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ତାଲିକା : ଏଯାଏ କରୋନାରେ ଗଲାଣି ୩୬ ଜଣ କରୋନା ଯୋଦ୍ଧାଙ୍କ ଜୀବନ, ଗଂଜାମରେ ସର୍ବାଧିକ ୨୯ ଜଣ; ମୃତକଙ୍କ ମଧ୍ୟରେ ଅଛନ୍ତି ୧୧ ଶିକ୍ଷକ ଓ ୯ ପୁଲିସ କର୍ମଚାରୀ

193

କନକ ବ୍ୟୁରୋ : ରାଜ୍ୟ ସରକାର ଦେଲେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ତାଲିକା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସିଲା ସୂଚନା । ରାଜ୍ୟରେ ଏଯାଏଁ କରୋନାରେ ୩୬ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଗଂଜାମରେ ସର୍ବାଧିକ ୨୯ ଜଣଙ୍କ ମୃତ୍ୟୁ ଘଟିଛି । ଗଜପତି ଜିଲ୍ଲାରେ ୩ ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଭଦ୍ରକ, ପୁରୀ, ନୟାଗଡ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ସର୍ବାଧିକ ୧୧ଶିକ୍ଷକ ଥିବାବେଳେ ପୁଲିସ କର୍ମଚାରୀ ୯ ଓ ୪ ମୁନିସିପାଲିଟି କର୍ମଚାରୀ ଥିବା ଜଣାପଡିଛି । ଅନ୍ୟ ୧୨ ଜଣ ମୃତକ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବାର ଜଣାପଡିଛି ।