ଆସନ୍ତା ଏପ୍ରିଲରୁ ଲାଗୁ ହେବ ନୂଆ ସ୍କ୍ରାପ୍ ନୀତି : ରାସ୍ତାରୁ ହଟିବକି ପୁରୁଣା ଗାଡି, ଜାଣନ୍ତୁ କ’ଣ କହିଲେ ପରିବହନ ମନ୍ତ୍ରୀ ?

275

କନକ ବ୍ୟୁରୋ : ସ୍କ୍ରାପ୍ ପଲିସି ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ସ୍କ୍ରାପ୍ ପଲିସି ଏପ୍ରିଲରୁ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି । ତେବେ ଏନେଇ ରାଜ୍ୟରେ କାର୍ଯ୍ୟକାରୀ ନେଇ କିଛି ନିଷ୍ପତ୍ତି ହୋଇନି । ଗାଡ଼ି ଯଦି ଖରାପ ଥିବ ସେ ସଂକ୍ରାନ୍ତରେ ବିଚାର କରାଯିବ । ଯଦି ଗାଡ଼ି ଠିକ ଥିବ ହଟାଇବା କଷ୍ଟ । ଫିଟନେସ ଥିବା ଗାଡ଼ି ଚାଲିବ । ପଞ୍ଜିକରଣ କରି ଗାଡ଼ି ଚାଲିପାରିବ । ସ୍କ୍ରାପ୍ ପଲିସି ଦ୍ୱାରା ଲୋକ କ୍ଷତିରେ ପଡ଼ିବେ । ପଲିସି ଦ୍ୱାରା ଲୋକ କ’ଣ ଅସୁବିଧାର ସମ୍ମୁଖୀନ ହେବେ ସେ ନେଇ କେନ୍ଦ୍ରକୁ ଅବଗତ କରାଯାଇଛି । ପଲିସି ଲାଗୁ ନେଇ ରାଜ୍ୟ କିଛି ନୀତିଗତ ନିଷ୍ପତ୍ତି ନେଇନି । କେତେ ପୁରୁଣା ଗାଡ଼ି ଅଛି ବିଭାଗ ତଥ୍ୟ ଦାଖଲ କରୁଛି ।

ଏଣେ ଇ ଭେହିକିଲ କାର୍ଯ୍ୟକ୍ଷମ ନେଇ ପରିବହନ ମନ୍ତ୍ରୀ କହିଛନ୍ତି,ଯିଏ ଇ ଭେହିକିଲ କିଣିବ ରାଜ୍ୟ ସରକାର ତାଙ୍କୁ ପ୍ରୋତ୍ସାହନ ଦେବେ । ନୂଆ ଆଇନ ଆସିବା ପରେ ନିଷ୍ପତ୍ତି ହୋଇଛି । ଚାର୍ଜିଙ୍ଗ ଷ୍ଟେସନ ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଭାଗୀୟ ଆଲୋଚନା ଚାଲିଛି । ନିର୍ଦ୍ଧିଷ୍ଟ କେତେ ବ୍ୟବଧାନରେ ଚାର୍ଜିଙ୍ଗ ଷ୍ଟେସନ ପ୍ରତିଷ୍ଠା କରାଯିବ ସେ ନେଇ ଆଲୋଚନା ଚାଲିଛି । ଖୁବ ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ।

ତାମିଲନାଡୁ ମଡେଲ ଆପଣେଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି, ତାମିଲନାଡୁ ମଡେଲ ଦେଶର ବେଷ୍ଟ ମଡେଲ। ଦୁର୍ଘଟଣା କମେଇବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରୁଛନ୍ତି । ଆଗକୁ କରିବେ ମଧ୍ୟ। ସେଥିପାଇଁ ଯେଉଁ ମଡେଲ ଆବଶ୍ୟକ ରାଜ୍ୟ ଗ୍ରହଣ କରିବ। ଦୁର୍ଘଟଣା ପରେ କିପରି ଲୋକଙ୍କୁ ତତକ୍ଷଣାତ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ପ୍ରୟାସ କରାଯାଉଛି । ଦୁର୍ଘଟଣା ହାର ହ୍ରାସ ପାଇଁ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ।