ମାର୍ଚ୍ଚ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଯାତ୍ରାକୁ ନେଇ କୋହଳ କଲେ ନିୟମ, ୨ ହଜାର ଲୋକଙ୍କୁ ନେଇ କରିପାରିବେ ଯାତ୍ରା 

598

କନକ ବ୍ୟୁରୋ : ମାର୍ଚ୍ଚ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସେପଟେ ଯାତ୍ରା, ମକ୍ତାକାଶ ଥିଏଟର ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ । ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ କରିପାରିବ ଯାତ୍ରା । କରୋନା କଟକଣା ଉପରେ ଧ୍ୟାନ ରଖି ଅନୁମତି ମିଳିପାରିବ ।

ଯାତ୍ରା ସମୟରେ ସାମାଜିକ ଦୂରତା, ମାସ୍କ ଓ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଛି । ସିଟ ମଧ୍ୟରେ ୬ ଫୁଟର ଦୂରତା ରହିବ ଓ ରୋଗାକ୍ରାନ୍ତଙ୍କୁ ଅନୁମତି ମନା କରାଯାଇଛି । ଅନଲାଇନ ଟିକେଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି । ଯାତ୍ରା କଟକଣା ହେଲେ ଆୟୋଜକ ଦାୟୀ ରହିବେ ।

ସେପଟେ ବିବାହ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫ ଶହ ଜଣଙ୍କୁ ସାମିଲ କରିବାକୁ ଅନୁମତି । ଆବଶ୍ୟକ ପଡିଲେ ଅବରୋଧ ଅଞ୍ଚଳ ଘୋଷଣା ହୋଇପାରିବ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । ତେବେ ଏହି ସବୁ ନିୟମକୁ କଡାକଡି ପାଳନ କରିବାକୁ କୁହାଯାଇଛି ।